କଙ୍ଗନାଙ୍କୁ ତାପ୍‌ସୀଙ୍କ ପ୍ରଶ୍ନ : ମିଶନ ମଙ୍ଗଲରେ ୫ଜଣ ମହିଳା ଥାଇ ମଧ୍ୟ ତୁମ ସମର୍ଥନ ଫିଲ୍ମକୁ କ’ଣ ପାଇଁ ମିଳି ନାହିଁ?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ମଧ୍ୟରେ ବିବାଦ କିଛି ନୂଆ ନୁହେଁ । ପୂର୍ବରୁ ଦୁହେଁ ପରସ୍ପର ପରସ୍ପରକୁ ନେଇ ବିବାଦୀୟ ବୟାନ ଦେଇ ଆସିଛନ୍ତି । କିିଛି ଦିନ ତଳେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି କହିଥିଲେ । ଏବେ ଯାଇ ତାପ୍‌ସୀ ପାଲଟା ଆକ୍ରମଣ କରିଛନ୍ତି ।

Image result for taapsee-pannu-targets-kangana-ranaut
MSN.com

ମିଡ୍‌ ଡେକୁ ଏକ ସାକ୍ଷାତକାର ଦେଇ ତାପ୍‌ସୀ କହିଛନ୍ତି, କଙ୍ଗନା ସବୁବେଳେ ଗୋଟେ କଥା କହି ଆସିଛନ୍ତି କି, ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ସମର୍ଥନ କରିବା ଦରକାର । କିନ୍ତୁ ମୁଁ କେବେ ହେଲେ କଙ୍ଗନାଙ୍କ ମୁହଁରୁ ନିଜ ଫିଲ୍ମର ପ୍ରଶଂସା ଶୁଣି ନାହିଁ । ଫିଲ୍ମ ମିଶନ ମଙ୍ଗଲରେ ୫ଜଣ ଅଭିନେତ୍ରୀ ଅଛନ୍ତି । କିନ୍ତୁ ତଥାପି ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରି ନାହାନ୍ତି କି ସମର୍ଥନ ମଧ୍ୟ ଜଣାଇ ନାହାନ୍ତି । ମୋର ତାଙ୍କଠାରୁ ଅଭିଜ୍ଞତା କମ । କିନ୍ତୁ କିଛି ଫିଲ୍ମ ମୁଁ ଏମିତି କରିଛି, ଯାହାର ପ୍ରଶଂସା କରାଯାଇ ପାରିବ ବୋଲି କହିଥିଲେ ତାପ୍‌ସୀ ।

ସମ୍ବନ୍ଧିତ ଖବର