‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’କୁ ଫେରୁଛନ୍ତି ଦୟା ବେନ୍, ପ୍ରଶଂସକଙ୍କ ଭିତରେ ଅସରନ୍ତି ଖୁସି !

ମୁମ୍ବାଇ: ‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ ଧାରାବାହିକକୁ ଫେରୁଛନ୍ତି ଦୟା ଭାବି ଓରଫ  ଅଭିନେତ୍ରୀ ଦିଶା ବକାନି। ସେ ଗତ ୨୦୧୭ ମସିହା ସେପ୍ଟେମ୍ବର ମାସରୁ ସୋ’ରେ ଦେଖିବାକୁ ମିଳୁନଥିଲେ। ନଭେମ୍ବରରେ ଦିଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାତୃତ୍ୱ ଛୁଟିରେ ଥିଲେ। ଏବେ ପୁଣି ଥରେ ସେ ସୋ’କୁ ଫେରିବାକୁ ଯାଉଛନ୍ତି।

ପିଲା ଜନ୍ମ ଦେବାର ଗୋଟାଏ ବର୍ଷ ପରେ ବି ସୋ’କୁ ନ ଫେରିବାକୁ ଦର୍ଶକଙ୍କୁ ଏପରି ଲାଗିଥିଲା ଯେ ସେ ହୁଏତ ଆଉ ସୋ’ କରିବେ ନାହିଁ। ମାତ୍ର ନିକଟରେ ନିର୍ମାତା ଅସିତ ମୋଦୀଙ୍କୁ ପଚରାଯିବା ପରେ ସେ ଦିଶାଙ୍କୁ ଫେରିବା ନେଇ ସବୁଜ ସଂକେତ ଦେଇଛନ୍ତି।

DBPOST

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଶା ବକାନିଙ୍କର ‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ରେ ଧମାକାଦାର ପ୍ରବେଶ ହେବ। ପୂର୍ବରୁ ଦିଶା ବକାନିଙ୍କ ଭୂମିକାରେ ଆଉ କାହାକୁ ଅବତୀର୍ଣ୍ଣ କରାଯାଇପାରେ ବୋଲି ଦର୍ଶକମାନେ ଅନୁମାନ କରୁଥିଲେ। ମାତ୍ର ଅସିତ ମୋଦୀ ଏପରି ଏକ ଚର୍ଚ୍ଚାକୁ ଗୁଜବର ନାମ ଦେଇଛନ୍ତି। ଏହି ଖବର ଏବେ ଦିଶାଙ୍କ ପ୍ରଶଂସଙ୍କ ଭିତରେ ଖୁସିର ମାହୋଲ୍ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର