ବଲିଉଡ୍ରେ ୪୦ ବର୍ଷ ଧରି ନିଜ ଅଭିନୟ ଯାତ୍ରାକୁ ବେଶ୍ ସଫଳତାର ସହ ଆଗକୁ ନେଇଥିବା ତବୁ କିନ୍ତୁ ବାସ୍ତବ ଜୀବନରେ ଏକା। ଅଭିନୟରେ ସଫଳତା ଉପରେ ସଫଳତାର ପାହାଚ ଚଢ଼ି ଚାଲିଥିବା ଏହି ଅଭିନେତ୍ରୀଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ବି ସେ କାହାରିକୁ ସାଥୀ ନ କରି ଏକା ରହିବାକୁ ପସନ୍ଦ କରିଛନ୍ତି। ଏଣୁ ଆଜି ଯାଏ ଅବିବାହିତ ଅଛନ୍ତି। ଏଥିପାଇଁ ସେ ଅନେକ ସମୟରେ ସେ ନିଜ ପ୍ରିୟ ବନ୍ଧୁ ତଥା ସୁପରଷ୍ଟାର ଅଜୟ ଦେବଗନଙ୍କୁ ଦାୟୀ କରନ୍ତି। ତବୁ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି, ଅଜୟ ଓ ସେ ପିଲା ବେଳୁ ସାଙ୍ଗ। ତବୁଙ୍କ ସମ୍ପର୍କୀୟ ସମୀର ଆର୍ଯ୍ୟଙ୍କର ପଡ଼ୋଶୀ ହେଉଛନ୍ତି ଅଜୟ ଦେବଗନ। ସେମାନେ ୩ ଜଣ ଏକାଠି ପାଠ ପଢୁଥିଲେ। ତବୁ ଖୁବ୍ ସୁନ୍ଦର ଥିବାରୁ ସ୍କୁଲ ଓ କଲେଜରେ ଅନେକ ପୁଅ ତାଙ୍କୁ ପସନ୍ଦ କରୁଥିଲେ। ସେମାନଙ୍କ ଭିତରୁ ତବୁଙ୍କ ସହ କେହି କଥାବାର୍ତ୍ତା କଲେ ଅଜୟ ଦେବଗନ ଓ ସମୀର ସେମାନଙ୍କୁ ମାରପିଟ୍ କରୁଥିଲେ। ପାଠ ପଢ଼ିବା ସମୟରେ ସମୀର ଏବଂ ଅଜୟ ଗୁଣ୍ଡା ଭଳି ହେଉଥିଲେ। ସମସ୍ତେ ତାଙ୍କୁ ଭୟ କରୁଥିଲେ। ଏହି କାରଣରୁ ତବୁଙ୍କ ସହ କୌଣସି ପୁଅ କଥାବାର୍ତ୍ତା କରିବା ପାଇଁ ଭୟ କରୁଥିଲେ। ୧୯୭୦ ମସିହାରେ ଜନ୍ମ ହୋଇଥିବା ତବୁ ଏବେ ୫୦ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ସଫଳ ହୋଇଥିଲେ ବି ବିବାହ କରି ନଥିବାରୁ ଚିନ୍ତିତ ନୁହନ୍ତି। ପିଲାବେଳୁ ବିଭିନ୍ନ ସିନେମାରେ ଅଭିନୟ କରିଥିବା ତବୁ ଏବେ ଏକାକୀ ରହିବାକୁ ହିଁ ପସନ୍ଦ କରୁଛନ୍ତି।
ଅଜୟଙ୍କ ଯୋଗୁଁ ତବୁ ଏବେ ବି ଅବିବାହିତା
/sambad/media/post_attachments/wp-content/uploads/2020/11/ajaya-devgun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)