ସାଙ୍ଗ ଓ ଭଉଣୀମାନଙ୍କ ସହିତ ପାରମ୍ପରିକ ପୋଷାକ ପିନ୍ଧି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା ତୈମୁର

ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅଭିନେତ୍ରୀ କରୀନା କପୁରଙ୍କ ପୁତ୍ର ତୈମୁର ନବରାତ୍ରୀରେ ରଙ୍ଗୀନ୍‌ ହୋଇଥିବା ନଜର ଆସିଥିଲା। ତୈମୁର ନିଜର ସ୍କୁଲ ସାଙ୍ଗସାଥୀ ଓ ଭଉଣୀ ଇନାୟା ନୋମିଙ୍କ ସହିତ ଦାଣ୍ଡିଆ ନୃତ୍ୟରେ ପାରମ୍ପରିକ ପୋଷାକ ପରିଧାନରେ କରି ମଜା ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ପିଲାଙ୍କ ଦାଣ୍ଡିଆ ନୃତ୍ୟ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

ନବରାତ୍ରୀ ପାଇଁ ସବୁଆଡେ ଦାଣ୍ଡିଆ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରଖାଯାଇଥିଲା। ତେବେ ଏହି କ୍ରମରେ ତୈମୁର ପ୍ଲେ ସ୍କୁଲରେ ଦାଣ୍ଡିଆ ନୃତ୍ୟର ବି ଆୟୋଜନ ହୋଇଥିଲା। ସେଠାରେ ତୈମୁର ଓ ତୈମୁରର ସମ୍ପର୍କୀୟା ଭଉଣୀ ଇନାୟା ନୋମି ଓ ଅଭିନେତା ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ବି ଦାଣ୍ଡିଆ ଖେଳୁଥିବା ନଜର ଆସିଛନ୍ତି। ତୈମୁର ବାଇଗଣୀ ରଙ୍ଗର କୁର୍ତ୍ତା ସହିତ ଧଳା ରଙ୍ଗର ପାଇଜାମା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇଥିଲା। ପିଲା ଦାଣ୍ଡିଆ ଖେଳୁଥିବାର ଏହି ଫଟୋ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

ସମ୍ବନ୍ଧିତ ଖବର