ମୁମ୍ବାଇ : ସୈଫ୍-କରୀନାଙ୍କ ନଓ୍ଵାବଜାଦେ ତୈମୁର ଅଲ୍ଲୀ ଖାନ୍ ଖୁବ୍ ଶୀଘ୍ର ୨ ବର୍ଷରେ ପାଦ ଦେବା ପାଇଁ ଯାଉଛନ୍ତି । ଡିସେମ୍ବର ୨୦ରେ ତୈମୁରଙ୍କ ଜନ୍ମଦିନ ଥିବା ବେଳେ ଏହା ପୂର୍ବରୁ ତାଙ୍କୁ ତାଙ୍କ ଜନ୍ମଦିନର ଉପହାର ମିଳି ଯାଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/taimur2_3804382_835x547-m-300x197.jpg)
ସୂଚନା ମୁତାବକ, କିଛି ଦିନ ତଳେ ‘ୟାହୁ’ େଓ୍ଵବ୍ସାଇଟ୍ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଭାରତୀୟ ବ୍ୟକ୍ତିତ୍ୱଙ୍କ ନାଁ ବାହାର କରିଥିଲା । ଯେଉଁଥିରେ ତୈମୁର ୧୦ ନମ୍ବରରେ ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ‘ୟାହୁ’ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନମ୍ବର ୧ରେ ଥିବା ବେଳେ ତୈମୁରଙ୍କ ନାମ ନମ୍ବର ୧୦ରେ ଥିବା ଜାଣି ସୈଫ୍ ଏବଂ କରୀନା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଦୁହିଁଙ୍କ ନାମ ଏହି ତାଲିକାରେ ନଥିବା ବେଳେ ତାଙ୍କ ଦୁଇ ବର୍ଷିଅ ପୁଅର ନାମ ତାଲିକାରେ ସ୍ଥାନ ପାଇବା ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି କରାଇଛନ୍ତି । ତେବେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ମଧ୍ୟରେ ୧୦ନମ୍ବରରେ ନିଜର ସ୍ଥାନ ତିଆରି କରି ତୈମୁର ମୋଦିଙ୍କୁ କଡ଼ା ଟକ୍କର ଦେଇଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।