ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହୁଏ ତୈମୁରଙ୍କ ଫଟୋ, ଅବ୍ଦୁ ସୈଫ୍ ଅଲ୍ଲୀ ଖାନ୍ କଲେ ଖୁଲାସା
ମୁମ୍ବାଇ : ବଲିଉଡ୍ର ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଖୁବ୍ କମ ବୟସରୁ ସୁପରଷ୍ଟାର ପାଲଟି ଯାଇଛନ୍ତି । ତାଙ୍କର ଗୋଟେ ଝଲକ ପାଇବା ପାଇଁ ଲୋକେ ଅନାଇ ବସିଥିବା ବେଳେ ଏବେ ତାଙ୍କ ପୁଅର ଫଟୋର ମୂଲ୍ୟ ଜଣାଇଛନ୍ତି ଅବ୍ଦୁ ସୈଫ୍ ଅଲ୍ଲୀ ଖାନ୍ । ଏ କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବୟସର ଏ ପାହାଚରେ ଥାଇ ମଧ୍ୟ ତୈମୁର ନିଜ ପରିବାର ପାଇଁ ରୋଜଗାର କରିବା ଆରମ୍ଭ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ତୈମୁରଙ୍କ ଫଟୋର କ୍ରେଜ୍ ଦେଖି ସବୁ ମିଡିଆ କମ୍ପାନୀ ତାଙ୍କର ଫଟୋ କିଣିବା ଆରମ୍ଭ କରିଛନ୍ତି । ଗୋଟେ ଫଟୋ ପିଛା ୧୫୦୦ଟଙ୍କା ଦେଇ ମିଡ଼ିଆ କମ୍ପାନୀମାନେ ତୈମୁରଙ୍କ ଫଟୋ କିଣୁଥିବା ଜଣାପଡ଼ିଛି । ସୈଫ୍ଙ୍କୁ ଏ ବିଷୟରେ ତାଙ୍କ ଶଶୁର ରଣଧୀର କପୁର ସୂଚିତ କରିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସୈଫ୍ । ଏ କଥା ଜାଣି ସୈଫ୍ ଥଟ୍ଟାରେ କହିଥିଲେ,ଯଦି ତୈମୁରଙ୍କ ମାଧ୍ୟମରେ ଟଙ୍କା ଆୟ କରି ହେଉଛି,ତେବେ ଆମକୁ କିଛି ଚିନ୍ତା କରିବାର ନାହିଁ ।