ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ଏକ ଅଲଗା ପରିବେଶ ତିଆରି କରିଥାଏ। ସେ ପିଲା ହୁଅନ୍ତ ଅବା ବୁଢ଼ା, ସମସ୍ତଙ୍କୁ ଏହି ଦୁଇଦଳର ମ୍ୟାଚ ଦେଖିବାକୁ ଅଧିକ ଉତ୍ସାହ ରହିଥାଏ। । ଗତକାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତର ଜବରଦସ୍ତ ବିଜୟ ପରେ ପୂରା ଭାରତରେ ଖୁସିର ଲହରି ଖେଳି ଯାଇଥିଲା। ଏହି କ୍ରମରେ ସୈଫ୍ଅଲ୍ଲୀ ଖାନ୍ ଓ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ଙ୍କ ଏକ ଭାଇରାଲ୍ ହୋଇଛି। ଏହି ଫଟୋରେ ତୈମୁର ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ତୈମୁରଙ୍କ ଭାଇରାଲ ହୋଇଥିବା ଫଟୋରେ ସେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଛନ୍ତି ଓ କ୍ୟାମେରାରେ ସ୍ୟାଲୁଟ କରୁଥିବା ନଜର ଆସୁଛନ୍ତି।
/sambad/media/post_attachments/wp-content/uploads/2019/06/taimur-and-saif-176a.jpg) News18 Gujarati News
 News18 Gujarati Newsକ୍ରିକେଟ ବିଶ୍ୱକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ ପରାଜିତ କରିଥିଲା। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନମାନେ କ୍ରିଜରେ ତିଷ୍ଠି ରହି ପାରି ନଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୩୭ ରନ୍ କରିବା ପରେ ପାକିସ୍ତାନ ଏହାର ପିଛା କରି ୩୫ ଓଭରରେ ୬ ଉଇକେଟ ହରାଇ ୧୬୬ରନ କରିଥିଲା। ଏହାପରେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଡିଏଲଏସ୍ ନିୟମ ଲାଗୁ ହୋଇ ବର୍ଷା ଛାଡ଼ିବା ପରେ ପାକିସ୍ତାନକୁ ଜିତିବା ଲାଗି ୪୦ ଓଭରରେ ୩୦୨ ରନ କରିବା ଲକ୍ଷ୍ୟ ଦିଆଯାଇଥିଲା। ପାକିସ୍ତାନ ଅବଶିଷ୍ଟ ୫ ଓଭରରେ ୧୩୬ ରନର ଟାର୍ଗେଟ ନେଇ ପୁଣି ପଡ଼ିଆକୁ ଓହ୍ଲାଇ ଥିଲା। ପାକିସ୍ତାନର ପାରି ସମ୍ଭାଳିବାକୁ ଆସିଥିଲେ ଇମାଦ ୱାସିମ୍ ଓ ସାଦାବ ଖାନ୍। ସେମାନେ ୪୬ ରନ୍ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭାରତ ଡିଏଲଏସ୍ ନିୟମ ଅନୁଯାୟୀ ୮୯ରେ ବିଜୟୀ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/395557-lead-1.jpg)
