ସୈଫ୍‌ଙ୍କୁ ଅବ୍ଦା କରୀନାଙ୍କୁ ଅମ୍ମୀ ଡ଼ାକୁଥିବା ତୈମୁର ନିଜ ବଡ଼ ଭଉଣୀ ସାରାଙ୍କୁ ଏହି ନାମରେ ଡ଼ାକୁଥିବା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ସୋ’ର ହୋଷ୍ଟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ତାଙ୍କର ପ୍ରଥମ ପତ୍ନୀ ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ଏବେ ନିଜର ବଲିଉଡ୍‌ ଡ଼େବ୍ୟୁ ଫିଲ୍ମ ‘କେଦାରନାଥ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଟ୍ରେଲର ଏବଂ ସୁଶାନ୍ତଙ୍କ ସହ ତାଙ୍କ ରୋମାନ୍ସକୁ ଦର୍ଶକ ପସନ୍ଦ କରିଥିବା ବେଳେ ଫିଲ୍ମଟି ବଲିଉଡ୍‌ରେ ହିଟ୍‌ ସାବ୍ୟସ୍ତ ହେବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଫିଲ୍ମର ଦୁଇ ମୁଖ୍ୟ କଳାକାର ସୁଶାନ୍ତ ଏବଂ ସାରା ଏବେ ଫିଲ୍ମର ପ୍ରମୋସନ କରିବାରେ ଲାଗି ପଡ଼ିଥିବା ବେଳେ ସାରା ତୈମୁରଙ୍କୁ ନେଇ ଏକ ଖୁଲାସା କରିଛନ୍ତି ।

ଏକ ରେଡ଼ିଓ ଷ୍ଟେସନକୁ ସାକ୍ଷାତକାରେ ଯାଇଥିବା ବେଳେ ତାଙ୍କୁ ତୈମୁର ତାଙ୍କୁ କେଉଁ ନାମରେ ଡ଼ାକନ୍ତି ବୋଲି ପଚରାଯାଇଥିଲା । ଏହା ପରେ ସେ ତୈମୁର ମୋତେ ଗୋଲ ଡ଼ାକନ୍ତି ବୋଲି କହିଥିଲେ । ଏହା ଶୁଶି ସୋ’ର ହୋଷ୍ଟ ଗୋଲ କ’ଣ ପାଇଁ? ଆପଣ କ’ଣ ମୋଟା ବୋଲି ତୈମୁର ଆପଣଙ୍କୁ ଏମିତି ଡ଼ାକୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ସୁଶାନ୍ତ କହିଥିଲେ ନାଁ,ତୈମୁର ସାରାଙ୍କୁ ଗୋଲ୍‌ଡ଼ ଡ଼ାକୁଥିବେ । କାରଣ ସେ ସବୁ ବେଳେ ସୁନା ଭଳି ଚମକି ଥାନ୍ତି । ସୁଶାନ୍ତଙ୍କ ଏଭଳି କଥା ଶୁଣି ସାରା ଲାଜେଇବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର