ମୁମ୍ବାଇ: ବଲିଉଡ଼୍ର ନବାବ୍ ତଥା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରୀନା କପୁର୍ ଖାନ୍ଙ୍କ ଗେହ୍ଲା ପୁଅ ତୈମୁର୍ଙ୍କ ଜନ୍ମଦିନ ଏଇ ନିକଟରେ ଶେଷ ହୋଇଥିବାବେଳେ ,ଦିନକୁ ଦିନ କ୍ୟୁଟ୍ ତୈମୁର୍ ବଡ଼ ହେବାରେ ଲାଗିଛି। ବଡ଼ ହେବା ସଂଗେ ସଂଗେ ସୈଫ୍-କୀରନାଙ୍କ ଗେହ୍ଲା ପୁଅ ତୈମୁର୍ ମଧ୍ୟ ଏବେ ଅଧିକରୁ ଅଧିକ ଅଝଟ ଓ ଦୁଷ୍ଟ ମଧ୍ୟ ହେଉଛି।ଏଥିସହିତ ସେମାନଙ୍କ ଗେହ୍ଲା ପୁଅ ତୈମୁର୍ ନିଜ ହାତରେ ଧରିଥିବା ଯେ କୌଣସି ଜିନିଷକୁ କାହାରି ଉପରକୁ ବି ଫିଙ୍ଗି ଦେଉଛନ୍ତି। ଏହାକୁ ନେଇ ସୈଫ୍ ଅଲ୍ଲୀ ଖାନ୍ ପୁଅ ତୈମୁର୍ ଅଲ୍ଲୀଙ୍କର ଏହି କାରାନାମାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।
/sambad/media/post_attachments/wp-content/uploads/2018/01/saif-taimur-300x185.jpg)
ତେବେ ଆପଣମାନେ ଏବେ ହୁଏତ ଏଇଆ ଭାବୁଥିବେ ଯେ, ଏହି ଗୋଟିଏ କଥାକୁ ନେଇ ସୈଫ୍ କ’ଣ ପାଇଁ ଭାବୁଛନ୍ତି?କାହିଁକିନା ଛୋଟ ପିଲାଙ୍କର ଏଭଳି କରିବାଟା ମଧ୍ୟ ଅତ୍ୟନ୍ତ ସ୍ୱଭାବିକ୍ କଥା । ହଁ , ଆପଣମାନଙ୍କର ଏହା ଚିନ୍ତା କରିବାଟା ଆଦୌ ଭୁଲ୍ ନୁହେଁ।ହେଲେ ଅଭିନେତା ସୈଫ୍ଙ୍କ ଚିନ୍ତାର କାରଣ କିନ୍ତୁ ଆଉ କିଛି। ଆଉ ସେହି କାରଣଟି ହେଉଛି ଯେ,ପୁଅ ତୈମୁର୍ ଏବେ ବଡ଼ ହେବା ସହିତ ଦୁଷ୍ଟ ମଧ୍ୟ ହେଉଛି,ଯାହା ଫଳରେ କି ଯଦି ଭାଣିଜୀ ଇନାୟା ତୈମୁର୍ଙ୍କ ପାଖାପାଖି ହୁଅନ୍ତି ତ,ତେବେ ତୈମୁର୍ ତାଙ୍କୁ ମାରିବେ।ଯେହେତୁ ଇନାୟା ଏବେ ଛୋଟ ଅଛନ୍ତି ତେଣୁ ସେ ତାଙ୍କ ଭାଣିଜୀ ତଥା ଭଉଣୀ ସୋହା ଅଲ୍ଲୀ ଖାନ୍ଙ୍କ ଝିଅ ଇନାୟଙ୍କ ଠାରୁ ପୁଅ ତୈମୁର୍ଙ୍କୁ ଦୂରେଇ ରଖୁଛନ୍ତି।