ରାକ୍ଷୀ ପୂର୍ଣ୍ଣିମାରେ ସାରାଙ୍କୁ ଏତିକି ଟଙ୍କା ଉପହାର ଦେଇଥିଲେ ତୈମୁର, ସାକ୍ଷାତକାରରେ ଜଣାଇ ହସିବାକୁ ଲାଗିଲେ ସାରା
ମୁମ୍ବାଇ: ଫିଲ୍ମ କେଦାରନାଥରୁ ବଲିଉଡ଼୍ରେ ଡ଼େବ୍ୟୁ କରିଛନ୍ତି ସୈଫ୍-ଅମୃତାଙ୍କ ତନୟା ସାରା ଅଲ୍ଲୀ ଖାନ୍ । ଫିଲ୍ମଟି ରିଲିଜ୍ ହୋଇ ସାରିଥିବା ବେଳେ ସାରାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି । ତେବେ ଫିଲ୍ମକୁ ନେଇ ସେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ ତାଙ୍କ ସାବତ ଭାଇ ତୈମୁର ଅଲ୍ଲୀ ଖାନ୍ଙ୍କ ବିଷୟରେ ପଚାରା ଯାଇଥିଲା । ଯାହାର ଉତ୍ତରରେ ସେ କହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ସାରା-ତୈମୁରଙ୍କ ରାକ୍ଷୀ ପୂର୍ଣ୍ଣିମାରେ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସାରା ତୈମୁରଙ୍କୁ ପ୍ରଥମ ଥର ପାଇଁ ରାକ୍ଷୀ ବାନ୍ଧିଥିବା ବେଳେ ତୈମୁର ତାଙ୍କୁ କ’ଣ ଉପହାର ଦେଇଥିଲେ ବୋଲି ପ୍ରଶ୍ନ କରାଯିବା ପରେ ତୈମୁର ମୋତେ ୫୧ଟଙ୍କା ଉପହାର ଦେଇଥିଲେ ବୋଲି ସାରା ଉତ୍ତର ରଖିଥିଲେ । ଉତ୍ତର ଦେଇ ହସିବା ସହ ତୈମୁର ଏବେ ଛୋଟ । ଏ ବୟସରେ ୫୧ଟଙ୍କା ଦେବା ମୋ ପାଇଁ ଖୁସିର କଥା ବୋଲି ସାରା କହିଥିଲେ ।