ପିଉସୀ ସୋହାଙ୍କ ବାର୍ଥଡ଼େ ପାର୍ଟିରେ ବାପାଙ୍କ କୋଳରେ ବସିଥିଲେ ତୈମୁର୍‌!

ବଲିଉଡ଼୍‍ ଆକ୍ଟର୍‌ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ତାଙ୍କର ପତ୍ନୀ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ଙ୍କର ଗେହ୍ଲା ପୁଅ ତୈମୁର୍‌ ଯିଏ ସବୁଠାରୁ କ୍ୟୁଟ୍‌ ଷ୍ଟାର୍‌ କିଡ଼୍‍ସ ମାନଙ୍କ ମଧ୍ୟରେ ଜଣେ ଏଥିରେ କାହାରବି ସନ୍ଦେହ ନାହିଁ। କାହିଁକିନା ଜନ୍ମ ହେବା ପରଠୁ ସୈଫ୍‌-କରୀନାଙ୍କ ଗେହ୍ଲା ପୁଅ ସବୁଆଡ଼େ ଚର୍ଚ୍ଚା ହେଉଥିବାବେଳ ତାଙ୍କର କ୍ୟୁଟ୍‌ନେସ୍‌ ଫଟୋ ସବୁବେଳେ ହିଁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

କେତେବେଳେ ସେ ଝୁଲାରେ ଝୁଲିଥିବା ବେଳର ଫଟୋ ତ,ଆଉ କେତେବେଳେ ମମି କରୀନା ଓ ଡ଼ାଡ଼ି ସୈଫ୍‌ଙ୍କ ସହିତ ତାଙ୍କର ବିଭିନ୍ନ ପ୍ରକାରରେ ପୋଜ୍‌ର ଫଟୋପାଇଁ ଏହି ଷ୍ଟାର୍‌ କିଡ଼୍‍ ତୈମୁର୍‌ଙ୍କ ଲୋକପ୍ରିୟତା ବଢ଼ିଛି। ହେଲେ ଏବେ ପୁଣିଥରେ ତୈମୁର୍‌ଙ୍କୁ ଦେଖାଯାଇଛି ତାଙ୍କର ଅଭିନେତ୍ରୀ ପିଉସୀ ସୋହା ଅଲ୍ଲୀ ଖାନ୍‌ଙ୍କ ବାର୍ଥଡ଼େ ପାର୍ଟିରେ,ଯେଉଁଥିରେ କି ତୈମୁର୍‌ ଡ଼ାଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କୋଳରେ ବସିଥିବାବେଳେ ତାଙ୍କର ଫଟୋଟି କ୍ୟାମେରାରେ କଏଦ୍‌ ହୋଇଥିଲା ।

ଏହି ଫଟୋରେ ତୈମୁର୍‌ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ତେବେ ପାପା ସୈଫ୍‌ କିନ୍ତୁ ରହିଥିଲେ ଏମିତି ଲୁକ୍‌ରେ,ଯେଉଁଥିରେ କି ସେ ଏକ ସଟ୍‌ ହାପ୍‌ ପ୍ୟାଣ୍ଟ୍‌ ପରିଧାନ କରି ପୁଅକୁ କାଖେଇ ଧରିଥିଲେ,ଆଉ ସେହିଠାରେ ମମି କରୀନା ଏକ ଟ୍ରାଉଜର୍‌ ପ୍ୟାଣ୍ଟ୍‌ ସାଂଗକୁ ଏକ ସ୍ପୋଟିଙ୍ଗ୍‌ ଗଞ୍ଜି ପରିଧାନ କରି ଖୁବ୍‌ ଆକର୍ଷଣୀୟା ଲାଗୁଥିଲେ।

ସମ୍ବନ୍ଧିତ ଖବର