ସୈଫ୍‌-କରୀନାଙ୍କ ପୁଅ ତୈମୁରଙ୍କ ଲାଟେଷ୍ଟ ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ଼୍‍ର ଛୋଟେ ନବାବ୍‌ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ଙ୍କ ଗେହ୍ଲା ପୁଅ ତୈମୁର୍‌ ଦିନକୁ ଦିନ କ୍ୟୁଟ୍‌ ତୈମୁର୍‌ ବଡ଼ ହେବାରେ ଲାଗିଛନ୍ତି । ବଡ଼ ହେବା ସଂଗେ ସଂଗେ ସୈଫ୍‌-କୀରନାଙ୍କ ଗେହ୍ଲା ପୁଅ ତୈମୁର୍‌ ମଧ୍ୟ ଏବେ ଅଧିକରୁ ଅଧିକ ଅଝଟ ଓ ଦୁଷ୍ଟ ମଧ୍ୟ ହେଉଛନ୍ତି । ଏଥିସହିତ ସେମାନଙ୍କ ଗେହ୍ଲା ପୁଅ ତୈମୁର୍‌ ନିଜ ହାତରେ ଧରିଥିବା ଯେ କୌଣସି ଜିନିଷକୁ କାହାରି ଉପରକୁ ବି ଫିଙ୍ଗି ଦେଉଛନ୍ତି ବୋଲି ଖବର ଆସୁଥିଲା।

photo-navbharattimes

 

PATOOOTIE???? taimur looking at his papi picture❤❤❤MY HEART IS MELTING

A post shared by Kareena Kapoor Khan FC (@kareenakapoorteam) on

ହେଲେ ଏବେ କ୍ୟୁଟ୍‌ ତୈମୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ହଙ୍ଗାମା କରିଛି। ସେ ପୋନିଟେଲ ଚୁଟିରେ ଅଛନ୍ତି। ତା’ଛଡ଼ା ତୈମୁର୍‌ ଏକ ଧଳା ପ୍ୟାଣ୍ଟ୍‌ ଓ ନୀଳ ଟି ସାର୍ଟ ପିନ୍ଧିଛନ୍ତି। ଖାଲି ସେତିକି ନୁହେଁ ସେ ଏକ ଫଟୋ ଫ୍ରେମ୍‌ ହାତରେ ଧରି ଦେଖୁଛନ୍ତି। ସେହି ଫଟୋରେ ତାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ୍‌ ଅଛନ୍ତି। ତୈମୁର୍‌ଙ୍କର ଏହି ଫଟୋ ଇଣ୍ଟରନେଟରେ ଚହଳ ପକାଇଛି।

ସମ୍ବନ୍ଧିତ ଖବର