ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର୍ଙ୍କଠାରୁ ‘ପଦ୍ମଶ୍ରୀ’ ସମ୍ମାନ ଫେରାଇ ନେବାକୁ ଅନୁରୋଧ କରି ଚର୍ଚ୍ଚାରେ ବଲିଉଡ୍ ‘କ୍ବିନ୍’ କଙ୍ଗନା ରଣାୱତ। କଙ୍ଗନା ନିଜ ଅଫିସିଆଲ ଟ୍ବିଟର୍ ଆକାଉଣ୍ଟ ‘ଟିମ୍ କଙ୍ଗନା ରଣାୱତ୍’ରେ ଟ୍ବିଟ୍ କରି ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ କରଣଙ୍କଠାରୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରତ୍ୟାହାର କରି ନିଆଯାଉ। ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ବଲିଉଡ୍ ଛାଡ଼ିବା ପାଇଁ କରଣ ମୋତେ ଅତୀତରେ ଖୁଲମ୍ଖୁଲା ଧମକ ଦେଇଛନ୍ତି। ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ କ୍ୟାରିୟର୍ ବରବାଦ କରିବା, ୟୁରି ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ ଏବଂ ଏବେ ରାଷ୍ଟ୍ରବିରୋଧୀ ଚଳଚ୍ଚିତ୍ର(ଗୁଂଜନ ସକସେନା: ଦ କାର୍ଗିଲ ଗାର୍ଲ) ନିର୍ମାଣ କରି ସେ ଆମ ଦେଶର ଆର୍ମିକୁ ଅପମାନ କରିଛନ୍ତି।
କରଣଙ୍କ ପଦ୍ମଶ୍ରୀ ଫେରାଇ ନିଆଯାଉ: କଙ୍ଗନା
/sambad/media/post_attachments/wp-content/uploads/2019/12/karan-johar-India-Today.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)