ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ତମନ୍ନା ସଂଜୟ ନାୟକଙ୍କ ନିର୍ଦେଶିତ ଓଡ଼ିଆ ପିଲ୍ମ ‘ଜୋକର୍’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି। ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦେଶିତ ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହାପରେ ଆଉ ଅଟକିନାହାନ୍ତି ତମନ୍ନା। ତାଙ୍କୁ ନିୟମିତ ଭାବେ ସିନେମାରେ ଦେଖିବାକୁ ମିଳୁଛି।

Advertisment

publive-imageବାବୁସାନ୍, ଅନୁଭବ ଓ ସବ୍ୟସାଚୀଙ୍କ ଭଳି ଆଗଧାଡ଼ିର ନାୟକଙ୍କ ସହିତ କାମ କରିଛନ୍ତି ତମନ୍ନା । ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’, ବାବୁସାନଙ୍କ ସହ ‘ଗୋଲମାଲ୍ ଲଭ୍’ ଏବଂ ସବ୍ୟସାଚୀଙ୍କ ସହ ‘ଲକିର ଲକଡାଉନ୍ ଲଭ୍ ଷ୍ଟୋରି’ ଆଦି ସିନେମାରେ କାମ କରିଛନ୍ତି। ଏହାଛଡ଼ା ସେ ଅମ୍ଳାନ, ଜ୍ୟୋତି ଓ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ବି ନାୟିକା ଭୂମିକାରେ ତମନ୍ନା ନଜର ଆସିଛନ୍ତି।  ତେବେ ଜଣାଶୁଣା ନାୟକ ସମ୍ବିତଙ୍କ ସହ ତାଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିନାହିଁ।

ସମ୍ବିତ ନାୟକ ଭାବେ ପାଖାପାଖି ୧୦ ବର୍ଷ ହେବ ଓଲିଉଡରେ ସକ୍ରିୟ ଅଛନ୍ତି। ତାଙ୍କୁ ଦର୍ଶକ ୧୫ରୁ ଅଧିକ ସିନେମାରେ ଦେଖିସାରିଲେଣି। କିନ୍ତୁ ତମନ୍ନାଙ୍କ ସହ  ସେ  କୌଣସି ଓଡ଼ିଆ ଛବିରେ ଏଯାଏ ଦେଖା ଦେଇନାହାନ୍ତି।