ଭୁବନେଶ୍ବର: ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଏବେ ସଫଳତାର ଶୀର୍ଷରେ। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦେଶିତ ଫିଲ୍ମ ‘ଜୋକର୍’ରେ ପ୍ରଥମେ ସୁଯୋଗ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି।
ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍ ରାତିର ସାଥୀ’,‘ପ୍ରେମ କୁମାର’, ‘ବ୍ଲାକମେଲ୍, ‘ଗୋଲମାଲ୍ ଲଭ୍’ ଏବଂ ‘ପ୍ରେମ ତୋର ନଟି ନଟି’ ଆଦି ସିନେମାରେ ନାୟିକା ବନି ସାରିଲେଣି।
ତମନ୍ନାଙ୍କୁ ଓଲିଉଡର ସୁପରଷ୍ଟାର୍ ବାବୁସାନଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା ‘ଗୋଲମାଲ୍ ଲଭ୍’ରେ । ଆଗରୁ ସେ ,‘ପ୍ରେମ କୁମାର’ରେ ଲୋକପ୍ରିୟ ନାୟକ ଅନୁଭବଙ୍କ ନାୟିକା ବନିଥିଲେ।
publive-image

Advertisment

ଏବେ ଆଉ ଜଣେ ଟପ୍ ଷ୍ଟାରଙ୍କ ସହ କାମ କରୁଛନ୍ତି ତମନ୍ନା। ହଁ ଏହି ଆଗଧାଡ଼ିର ନାୟକ ହେଲେ ସୋବର୍ ବୟ ସବ୍ୟସାଚୀ। ଏହି ସିନେମାର ନିର୍ଦେଶକ ହେଲେ ଅଶୋକ ପତି। ଏହାର କାହାଣୀ, ଚିତ୍ରନାଟ୍ୟ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି।

publive-image
ଅଭିଜିତ ମଜୁମଦାର୍ ଏହାର ସଙ୍ଗୀତ ନିର୍ଦେଶକ। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ନାମକରଣ ହୋଇ ନଥିବା ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି।
publive-image
ତମନ୍ନାଙ୍କ କେତୋଟି ଓଡ଼ିଆ ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥି ମଧ୍ୟରେ ରହିଛି ଏନ. ବି. ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ‘ରୋମିଓ ରାଜା’।ଏଥିରେ ପ୍ରଥମ ଥର ଲାଗି ଷ୍ଟାର୍ ସନ୍ ଅମ୍ଳାନଙ୍କ ସହ ନଜର ଆସିବେ ତମନ୍ନା। ଏହି ସିନେମାରେ ବାବୁ ପ୍ରଧାନ,ହରିହର ମହାପାତ୍ର, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ ଓ ରାଜଲକ୍ଷ୍ମୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନବାଗତ ରାକେଶ ସାମଲ। ଜମେଶ ଶୁକ୍ଳା ଏହାର ସଂଳାପ ରଚନା କରିଥିବା ବେଳେ ବୈଦନାଥ ଦାଶ ଏହାର ସଙ୍ଗୀତକାର।
ଏବେ ତମନ୍ନାଙ୍କ ଅଭିନୀତ ‘ସୁପରବୟ’ ରିଲିଜ୍ ଅପେକ୍ଷାରେ ରହିଛି। ସେ ଏଥିରେ ଜ୍ୟୋତିଙ୍କ ସହ ଆସୁଛନ୍ତି। ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ନବାଗତ କେ.ଅନୀଶ୍‌। ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି ରବୀନ୍ଦ୍ର ନାଥ ପଣ୍ଡା ଓ ସିକେ.ଅନୀଶ। ଫିଲ୍ମର ସଂଳାପ ଲେଖିଛନ୍ତି ଡ଼ ଦୀପକ ଜେନା। ଏହାର ସଙ୍ଗୀତ ନିର୍ଦେଶକ ହେଲେ ବୈଦନାଥ ଦାଶ।