ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ଅଭିନେତା ବିଜୟ ବର୍ମା ପୁଣି ଥରେ ଚର୍ଚ୍ଚାରେ। ୨୦୨୨‌ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବ୍ରେକଅପ ଖବର ଆସିବ‌ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ରେକଅପ୍ ଖବର ମଧ୍ୟରେ ତମନ୍ନା ଏବଂ ବିଜୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Advertisment

କୁହାଯାଉଛି ଯେ, ତମନ୍ନା ଏବଂ ବିଜୟ କିଛି ସପ୍ତାହ ପୂର୍ବରୁ ଅଲଗା ହୋଇଯାଇଥିଲେ। ସେମାନେ ବର୍ତ୍ତମାନ ବ୍ରେକଅପକୁ ନେଇ ନୀରବତା ବଜାୟ ରଖିଛନ୍ତି। ତେବେ ଏହି ଖବର ଶୁଣି ଉଭୟଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ, କାରଣ ସେମାନେ ତମନ୍ନା ଏବଂ ବିଜୟଙ୍କ ବିବାହକୁ ଅପେକ୍ଷା କରିଥିଲେ। ଯେଉଁଠାରେ ଦୁହେଁ ଏକାଠି ନଜର ଆସୁଥିଲେ, ସମସ୍ତେ ସେମାନଙ୍କୁ ସେମାନଙ୍କ ବିବାହ ଯୋଜନା ବିଷୟରେ ପଚାରୁଥିଲେ।

ଏବେ ଦୁହିଁଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସମ୍ପର୍କ ଭାଙ୍ଗିବା ପରେ ବି ଦୁହେଁ ଭଲ ବନ୍ଧୁ ହୋଇ ରହିବାକୁ ଯୋଜନା କରିଥିବା କୁହାଯାଉଛିି।