ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ କିଛିଦିନ ତ‌ଳେ ତାଙ୍କ ପ୍ରେମ ସଂପର୍କ ବାବଦରେ ମିଡିଆ ଆଗରେ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ। ଅନେକ ଦିନ ଧରି ଡେଟିଂ ଗୁଜବ ମଧ୍ୟରେ ନିକଟ ଅତୀତରେ ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ। ଏହାକୁ ଅଧିକାରୀକ କରିବା ପରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରର କାମକୁ ପ୍ରଶଂସା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି।

Advertisment

ତେବେ ଭଲପାଇବା ଥିଲେ ବି ୩୩ବର୍ଷୀୟା ତମନ୍ନା ଏବେ ବିବାହ କରିବାକୁ ଚାହୁନଥିବା କହିଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮କୁ ସାକ୍ଷାତକାର ଦେଇ ତମନ୍ନା କହିଛନ୍ତି, "ମୁଁ ବର୍ତ୍ତମାନ ବିବାହ କରିବାର ମନୋଭାବରେ ନାହିଁ। ମୋର କ୍ୟାରିୟର ବର୍ତ୍ତମାନ ବହୁତ ଭଲରେ ଚାଲିଛି ଏବଂ ମୁଁ ମୋର କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ ବିବାହରେ ବିଶ୍ବାସ କରେ ଏବଂ କିଛି ଦିନ ପରେ ଏହା ଘଟିବ। କିନ୍ତୁ ବର୍ତ୍ତମାନ ସୁଟିଂ ସେଟ ହିଁ ମୋର ଖୁସିର ସ୍ଥାନ। ମୁଁ ମୋ ପାଖକୁ ଆସୁଥିବା ବିଭିନ୍ନ କାମକୁ ଉପଭୋଗ କରୁଛି ଏବଂ ମୁଁ ଆଶା କରୁଛି ଯେ ଏଭଳି କାମ ମୋତେ ଆଗକୁ ମିଳିବ। "

Tamannaah Bhatia Says, koimoi

ସେ ଆହୁରି କହିଛନ୍ତି, “ମୋର ପାଞ୍ଚ ମାସ ମଧ୍ୟରେ ୬ଟି ଫିଲ୍ମ ରିଲିଜ୍ ହୋଇଛି ଏବଂ ସମସ୍ତ କାର୍ଯ୍ୟ ପାଇଁ ମୁଁ କୃତଜ୍ଞ। କାରଣ ଲୋକମାନେ ଏହାକୁ ପ୍ରଶଂସା କରିଛନ୍ତି ଏବଂ ପସନ୍ଦ କରିଛନ୍ତି। ମୁଁ ଅନୁଭବ କରୁଛି ଏହି ଗୋଟିଏ ଜୀବନ‌ରେ ମୁଁ ସବୁକିଛି କରିବି ଯାହା ମୁଁ କରିପାରିବି।"