ବେକରେ ରଶିି ଲଗାଇ ଆତ୍ମହତ୍ୟା କଲେ ଏହି ଅଭିନେତାଙ୍କ ପତ୍ନୀ, ଆତ୍ମହତ୍ୟା ପୂର୍ବରୁ ବ୍ୟକ୍ତିଗତ କଥାକୁ ନେଇ ହୋଇଥିଲା ଝଗଡ଼ା

ଚେନ୍ନାଇ : ତାମିଲ ଅଭିନେତା ସିଦ୍ଧାର୍ଥ ଗୋପିନାଥଙ୍କ ପତ୍ନୀ ହଠାତ୍‌ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତା ସିଦ୍ଧାର୍ଥ ଏବଂ ତାଙ୍କ ପତ୍ନୀ ସ୍ମିର୍‌ଜାଙ୍କ ମଧ୍ୟରେ ଝଗଡ଼ା ହେବାରୁ ରାଗରେ ତାଙ୍କ ସ୍ତ୍ରୀ ଚେନ୍ନାଇସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ନିଜ ଶୋଇବା ଘର ପଙ୍ଖାରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଦୁଇ ଜଣଙ୍କ ମଧ୍ୟ ହୋଇଥିବା ଝଗଡ଼ା ଏହାର କାରଣ ବୋଲି କହିଛି ପୁଲିସ । ତେବେ ଘଟଣା ପଛର ପ୍ରକୃତ କାରଣ ଏବଂ ଦୋଷୀକୁ ଗିରଫ କରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

jansatta.com

ସୂଚନା ମୁତାବକ, ସ୍ମିର୍‌ଜାଙ୍କ ମୃତ୍ୟୁର ପୂର୍ବ ରାତିରେ ଉଭୟ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଝଗଡ଼ା ହୋଇଥିଲା । ପରେ ସିଦ୍ଧାର୍ଥ ନିଜ ସୋ’ ପାଇଁ ଘରୁ ବାହାରି ଯିବା ପରେ ଆତ୍ମହତ୍ୟା କରିଥିଲେ ସ୍ମିର୍‌ଜା । ସକାଳୁ ସିଦ୍ଧାର୍ଥ ଘରକୁ ଫେରି ଘରର କବାଟ ବାଡ଼େଇବା ପରେ ଘରର କବାଟ ଖୋଲି ନ ଥିଲେ ସ୍ମିର୍‌ଜା । ପରେ ଘରର କବାଟ ଭାଙ୍ଗିବା ପରେ ନିଜ ଶୋଇବା ଘରେ ସ୍ମିର୍‌ଜାଙ୍କ ଝୁଲନ୍ତା ଶବ ଦେଖି ସିଦ୍ଧାର୍ଥଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପୁଲିସକୁ ଏ ନେଇ ଖବର ଦିଆଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସ୍ମିର୍‌ଜାଙ୍କ ଆତ୍ମହତ୍ୟା କରିବା ପଛର ପ୍ରକୃତ କାରଣ କ’ଣ ଥିଲା ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର