ନୂଆଦିଲ୍ଳୀ: ତାମିଲ୍ ଅଭିନେତ୍ରୀ ତଥା ଉପସ୍ଥାପିକା ମହାଲକ୍ଷ୍ମୀ ୨୦୨୨ ମସିହାରେ ପ୍ରଯୋଜକ ରବୀନ୍ଦର୍ ଚନ୍ଦ୍ରଶେଖରନ୍ଙ୍କୁ ବିବାହ କରିବା ପରଠାରୁ ହିଁ ଟ୍ରୋଲ୍ର ଶିକାର ହେବାରେ ଲାଗିଛନ୍ତି। ଦୁଇ ଜଣଙ୍କ ଯୋଡ଼ି ଶାରୀରିକ ଦୃଷ୍ଟିରୁ ସମନ୍ବିତ ହୋଇ ନଥିବାରୁ ମହାଲକ୍ଷ୍ମୀ ଟଙ୍କା ପାଇଁ ପ୍ରଯୋଜକଙ୍କୁ ବିବାହ କରିଛନ୍ତି ବୋଲି ସମାଲୋଚନା ହେଉଛି। ଏପରି ଆକ୍ଷେପ ଟ୍ରୋଲ୍ରଙ୍କ ପାଇଁ ଏକ ନିତିଦିନିଆ ବ୍ୟାପାର ପାଲଟିଛି।
ହେଲେ ବି ଥକି ଯାଇନାହାନ୍ତି ମହାଲକ୍ଷ୍ମୀ। ହଜାରେ ଘୃଣା ମନ୍ତବ୍ୟ ପରେ ବି ସେ ନିଜ ପତିଙ୍କ ପ୍ରତି ତାଙ୍କର ଭଲପାଇବା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ହେଲେ ସେ ଯେବେ ବି ସ୍ବାମୀଙ୍କ ସହ କିଛି ଫଟୋ ସେୟାର୍ କରନ୍ତି, ଟ୍ରୋଲ୍ ହୁଅନ୍ତି।
View this post on Instagram
ନିକଟରେ ସେ ସ୍ବାମୀ ରବୀନ୍ଦର୍ ଚନ୍ଦ୍ରଶେଖରନ୍ଙ୍କ ସହ ତାଙ୍କର କିଛି ରୋମାଣ୍ଟିକ୍ ଅନ୍ଦାଜର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ଫଟୋରେ କ୍ୟାପ୍ସନ୍ ଲେଖିଥିଲେ, ‘ଉଇ ଆର୍ ନଟ୍ ମେଡ୍ ଫର୍ ଇଚ୍ ଅଦର୍, ଉଇ ଆର୍ ମ୍ୟାଡ୍ ଫର୍ ଇଚ୍ ଅଦର୍’। ଅର୍ଥାତ, ଆମେ ପରସ୍ପରଙ୍କ ପାଇଁ ତିଆରି ହୋଇନୁ, ଆମେ ପରସ୍ପରଙ୍କ ପାଇଁ ପାଗଳ।
ଯଦିଓ ମହାଲକ୍ଷ୍ମୀଙ୍କର ଏହି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଉପଲବ୍ଧ ନାହିଁ, ମାତ୍ର ସେ ପୋଷ୍ଟ୍ଟି ଖୁବ୍ ଜୋର୍ରେ ଟ୍ରୋଲ୍ ହେବାରେ ଲାଗିଛି। ମହାଲକ୍ଷ୍ମୀଙ୍କୁ ଜଣେ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ଟଙ୍କାର ଶକ୍ତି’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ତମେ ପରସ୍ପରଙ୍କ ପାଇଁ ତିଆରି ହୋଇନ, କିନ୍ତୁ ଜୀବନ ସାରା ପାଇଁ ଟଙ୍କାର ବନ୍ଦୋବସ୍ତ କରିଦେଲ’।