ଚେନ୍ନାଇ : ଦକ୍ଷିଣ ଭାରତର ଜଣାଶୁଣା ଗାୟିକା ଚିନ୍ମୟୀ ଶ୍ରୀପଦା #ମି ଠୁ ଅଭିଯାନକୁ ସମର୍ଥନ ଜଣାଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ଏ ନେଇ ଚନ୍ମୟୀଙ୍କୁ ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନ ତରଫରୁ ମାଫିନାମା ସହ ୧.୫ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଛି । ଏହା ସହ ଚିନ୍ମୟୀଙ୍କୁ ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନରୁ ବାହାର କରି ଦିଆଯାଇଥିବା ଜଣାପଡ଼ିଛି । ଡବିଙ୍ଗ୍ ଆର୍ଟିଷ୍ଟ ୟୁନିୟନରୁ ବାହାରିବା ପରେ ଚିନ୍ମୟୀ ଏ ବିଷୟରେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ ମାଫିନାମା ସହ ୧.୫ଲକ୍ଷ ଟଙ୍କା ଦେବା ପରେ ହିଁ ମୋତେ ତାମିଲ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଦିଆଯିବ ବୋଲି କୁହାଯାଇଛି ।
/sambad/media/post_attachments/wp-content/uploads/2018/12/BBRypiY-300x206.jpg)
ସୂଚନା ମୁତାବକ, ଚିନ୍ମୟୀ ୟୁନିୟନର ଅଧ୍ୟକ୍ଷ ରାଧା ରବିଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିବା ମହିଳାଙ୍କୁ ସମର୍ଥନ କରିଥିଲେ । ଯାହା ପରେ ଭିନ୍ନ କାରଣ ଦର୍ଶାଯାଇ ଚିନ୍ମୟୀଙ୍କୁ ୟୁନିୟନରୁ ବାହାର କରାଯାଇଥିଲା । ଦୁଇ ବର୍ଷ ହେଲା ସଦସ୍ୟତା ଶୁଳ୍କ ନ ଦେଇଥିବାରୁ ମୋତେ ବାହାର କରାଯାଇଥିବା କଥା ୟୁନିୟନ ଦାବି କରୁଥିବା ବେଳେ ଅସଲରେ ମୁଁ ଯୌନ ଶୋଷଣର ପୀଡ଼ିତାଙ୍କୁ ସମର୍ଥନ କରିଥିବାରୁ ମୋତେ ବାହାର କରାଯାଇଥିବା ଟୁଇଟ୍ କରି ଜଣାଇଛନ୍ତି ଚନ୍ମୟୀ ।