ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପ‌ରେ ଲାଗିଲା ଟାକ୍ସ ଚୋରିର ଆରୋପ, ପଚରାଉଚରା କରୁଛି ଆୟକର ବିଭାଗ

ଚେନ୍ନାଇ: ସବୁବେଳେ ନିଜର ଫିଲ୍ମ ଓ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ ଟାକ୍ସ ଚୋରିର ଆରୋପ ଲାଗିଛି। ସତ କ’ଣ ତାହା ଜାଣିବା ପାଇଁ ଏବେ ତାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରୁଛନ୍ତି। ଏହା ସହ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ ଯାଞ୍ଚ ଚାଲିଥିବା ବେଳେ ଫିଲ୍ମ ଫାଇନାନସର ଅମ୍ବୁ ଚେଲିୟନଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ।

Image result for vijay"
YouTube

ସୂଚନା ମୁତାବକ, ଏଜିଏସ୍ ସିନେମା ବ୍ୟାନର ଅଧିନରେ ସାଉଥ୍ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ବିଗିଲ୍ ନିର୍ମାଣ କରାଯାଇଥିଲା। ଏବେ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଥିବାରୁ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗର କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି। ଫିଲ୍ମଟି ସାରା ଦେଶରେ ୩୦୦କୋଟି ଟଙ୍କା ଆୟ କରିଥିବା ବେଳେ ଏହାର ବଜେଟ ୧୮୦କୋଟି ଥିଲା ବୋଲି କହିଥିଲେ ନିର୍ମାତା ଅର୍ଚ୍ଚନା କଳ୍ପନାଥୀ। ଏବେ ଏଜିଏସ୍ ସିନେମା ଉପରେ ଟାକ୍ସ ଚୋରିର ଆରୋପ ଲାଗିବା ପରେ ବୁଧବାର ସକାଳଠାରୁ ଏଜିଏସ୍ ଏଣ୍ଟରପ୍ରାଇସେସରେ ଚଢ଼ାଉ କରି ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ। ଏ ପର୍ଯ୍ୟନ୍ତ ଏଜିଏସ୍ ସିନେମା ଉପରେ ଲାଗିଥିବା କୌଣସି ଆରୋପ ପ୍ରମାଣିତ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର