‘ଯଦି ରାଜା ନ ହୋଇ ପାରୁଛ, ତେବେ ରାଜନିର୍ମାତା ହୁଅ। ଏବେ ରାଜନୀତିରେ ମିଶିବ ଚାଣକ୍ୟନୀତି। ଆଉ ଆରମ୍ଭ ହେବ ତାଣ୍ଡବ।’ ଏମିତି କିଛି ଦମ୍ଦାର ସଂଳାପ ସହ ମୁକ୍ତିଲାଭ କରିଛି ୱେବ୍ସିରିଜ୍ ‘ତାଣ୍ଡବ’ର ଟିଜର୍। କ୍ଷମତା ଲୋଭରେ ରାଜନୀତିର ସାପଶିଡ଼ି ଖେଳ ଭିତରେ ଚାଲିଛି ପ୍ରଧାନମନ୍ତ୍ରୀ ପଦ ପାଇଁ ଘମାଘୋଟ ଲଢ଼େଇ। ଏହି ଖେଳରେ କିଭଳି ସମସ୍ତେ ମୋହରା ସାଜି ଫସୁଛନ୍ତି, ତାହା ୨ ମିନିଟ୍ ୪୪ ସେକଣ୍ଡର ଏହି ଟିଜର୍ରେ ଦେଖିବାକୁ ମିଳିଛି। ଏହି ୱେବ୍ସିରିଜ୍ରେ ସୈଫ ଅଲ୍ଲୀ ଖାନଙ୍କୁ ସମର ପ୍ରତାପ ସିଂହ ଭୂମିକାରେ ଦେଖିବାକୁ ମିଳିବ, ଯିଏକି ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ। ଅନ୍ୟପଟେ ଡିମ୍ପଲ କପାଡିଆ ମଧ୍ୟ ଏହି ପଦ ପାଇଁ ଲଢ଼େଇ ଜାରି ରଖୁଥିବା ନଜର ଆସୁଛନ୍ତି। ଆସନ୍ତା ୧୫ ତାରିଖରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବାର ଅଛି।
ମୁକ୍ତିଲାଭ କଲା ସୈଫ୍ଙ୍କ ‘ତାଣ୍ଡବ’ ଟିଜର୍
/sambad/media/post_attachments/wp-content/uploads/2021/01/tandab.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)