ଦିନେ ବ୍ୟାଙ୍କରେ ୪ ହଜାର ଟଙ୍କାରେ ଚାକିରି କରୁଥିଲେ ‘ବାଘା’, ଆଜି କୋଟି କୋଟି ଟଙ୍କାର ମାଲିକ

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ତାରକ ମେହେଟା କା ଓଲଟା ଚଷମା’ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି | ଏହି ଶୋ’ର ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି | ଧାରାବାହିକର ଜେଠାଲାଲ ହୁଅନ୍ତୁ କି ବାଘା | ଶୋ’ରେ ବଙ୍କା ହୋଇ ଚାଲୁଥିବା ବାଘା ବାସ୍ତବ ଜୀବନରେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଏହି ଶୋ ବାଘା ଓରଫ ତନ୍ମୟ ଭେକରିଆଙ୍କ ଜୀବନକୁ ବଦଳାଇ ଦେଇଛି | ଏହି ସୋ ଯୋଗୁଁ ତାଙ୍କୁ ଆଜି ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି। ଥରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଏଭଳି ବଙ୍କା ହୋଇ ଚାଲିବା ଦ୍ୱାରା ତାଙ୍କ ଶରୀର ଉପରେ କୌଣସି ପ୍ରଭାବ ପଡୁନାହିଁ ତ ! ଏହାର ଉତ୍ତରରେ ତନ୍ମୟ କହିଥିଲେ ଯେ ସେ ତାଙ୍କ ଭୂମିକାକୁ ଏପରି ଆନ୍ତରିକତାର ସହ କରନ୍ତି ଯେ ଏହା ହିଁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେ |

ସେ ଏହି ଭୂମିକାକୁ ନେଇ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି | ଦୀର୍ଘ ଦିନ ଧରି ତନ୍ମୟ ଏହି ଶୋ’ରେ ଅଭିନୟ କରିଆସୁଛନ୍ତି | ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଏକ ବ୍ୟାଙ୍କରେ କାମ କରୁଥିଲେ ଏବଂ ତାଙ୍କ ଦରମା ମାସକୁ ମାତ୍ର ୪ ହଜାର ଟଙ୍କା ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୋ ‘ତାରକ ମେହେଟା କା ଓଲଟା ଚାଶମା’ରେ ଦିନକୁ ସୁଟିଂ ପାଇଁ ତାଙ୍କୁ ୨୨ରୁ ୨୪ ହଜାର ଟଙ୍କା ମିଳିଥାଏ ଏବଂ ତାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ।

ସମ୍ବନ୍ଧିତ ଖବର