ତନୁଶ୍ରୀଙ୍କୁ ହତ୍ୟା ଉଦ୍ୟମ! କାର୍‌ ହୋଇଥିଲା ବ୍ରେକ୍‌ ଫେଲ୍‌, ପାଣିରେ ମିଶା ହେଉଥିଲା ବିଷ

ମୁମ୍ବାଇ:  ୨୦୧୮ ମସିହାରେ #ମିଠୁ ଅଭିଯାନରେ ସାମିଲ୍‌ ହୋଇ ବଲିଉଡ୍‌ର ବରିଷ୍ଠ କଳାକାର ନାନା ପାଟେକଙ୍କର ନାମରେ ଯୌନ ଶୋଷଣ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ୨୦୦୮ରେ ରିଲିଜ୍ ହୋଇଥିବା ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଚଳଚ୍ଚିତ୍ର ସୁଟିଂ ସମୟରେ ନାନା ପାଟେକର୍‌ ତନୁଶ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ ଅଭିନେତ୍ରୀ। ନିକଟରେ ଅଭିନେତ୍ରୀ ଏକ ସାକ୍ଷାତ୍‌କାରେ #ମିଠୁ ଅଭିଯାନରେ ସାମିଲ୍‌ ହେବା ପରେ ତାଙ୍କ ସହ କ’ଣ ହୋଇଥିବା ସେ ବିଷୟରେ କହିଛନ୍ତି।

ତନୁଶ୍ରୀଙ୍କ କହିବା କଥା ହେଲା ସେହି ଅଭିଯୋଗ ପରେ ତାଙ୍କୁ ବିଭିନ୍ନ ଉପାୟରେ ହତ୍ୟା ଉଦ୍ୟମ ହୋଇଥିଲା। ତାଙ୍କ କାର୍‌ରେ ବ୍ରେକ୍‌ ଫେଲ୍‌ କରି ଦିଆଯାଇଥିଲା। ଯେଉଁଥିପାଇଁ ସେ ଏକ ବଡ଼ ଦୁର୍ଘଟଣାର ସାମ୍ନା ବି କରିଥିଲେ। ଯାହାର କ୍ଷତ ଅନେକ ଦିନ ଧରି ତାଙ୍କ ଶରୀରରେ ଥିଲା ବୋଲି ତନୁଶ୍ରୀ କହିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ  ଗୃହ ସହାୟିକା ବିଷ ତାଙ୍କୁ ଦେଉଥିଲେ ବୋଲି ସନ୍ଦେହ କରିଛନ୍ତି ତନୁଶ୍ରୀ।

 

ସେ କନେକ୍ଟ ଏଫ୍ଏମ୍‌ କାନାଡାକୁ ତାଙ୍କର ସାକ୍ଷାତ୍‌କାର ଦେବା ସମୟ‌ରେ କହିଛନ୍ତି ଯେ ତାଙ୍କର ସେ ସମୟରେ ଜଣେ ଗୃହ ସହାୟିକା ଥିଲେ, ଯିଏକି ତାଙ୍କ ବାଡ଼ିବଗିଚା କଥା ବୁଝୁଥି‌ଲେ। ତନୁଶ୍ରୀଙ୍କ କହିବା ମୁତାବକ, ସେ ସେହି ସମୟରେ ଅଚାନକ ଭାବେ ରୋଗରେ ପଡ଼ି ଯାଉଥିଲେ। ତା‌ଙ୍କର ଭାବନା ହେଉଛି ସେହି  ସହାୟିକ‌ା ଜଣକ ତନୁଶ୍ରୀଙ୍କ ଘର ପାଣିରେ କିଛି ମିଶାଉଥିଲେ, ଯାହାକି ତାଙ୍କ ଦେହ ଖରାପର କାରଣ ହେଉଥିଲା।’

ଏଭଳି ଚାଞ୍ଚଲ୍ୟକର ବୟ‌ାନ ପରେ ପୁଣି ବଲିଉଡରେ ‌ସହ-କଳାକାରଙ୍କୁ ‌ଯୌନ ଶୋଷଣ ପ୍ରସଙ୍ଗ ଚର୍ଚ୍ଚାକୁ ଫେରିଛି।

ସମ୍ବନ୍ଧିତ ଖବର