ମୁମ୍ବାଇ: ସିନେ ଷ୍ଟାର୍ ନାନା ପାଟେକର୍ ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଚଳଚ୍ଚିତ୍ରର ଏକ ଗୀତ ସୁଟିଂ ସମୟରେ ‘ଆସିକ୍ ବନାୟା ଆପନେ’ ଚଳଚ୍ଚିତ୍ରର ନାୟିକା ତନୁଶ୍ରୀ ଦତ୍ତଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ତନୁଶ୍ରୀ ଆଣିବା ପରେ ପ୍ରାୟ ସପ୍ତାହ ଧରି ଗଣମାଧ୍ୟମରେ ସେହି ଗୋଟାଏ ଚର୍ଚ୍ଚା। ତନୁଶ୍ରୀଙ୍କୁ ସମର୍ଥନ କରି କେହି କେହି ସିନେ ତାରକା ମତ ରଖୁଥିବା ବେଳେ ଆଉ କେହି ନୀରବ ରହିଛନ୍ତି। ସେହି ସିନେ ତାରକଙ୍କ ଭିତରୁ ଅନ୍ୟତମ ବିଗ୍ ବି ଅମିତାଭ ବଚ୍ଚନ। ତନୁଶ୍ରୀ ଓ ନାନାଙ୍କ ଘଟଣା ସଂପର୍କରେ ବିଗ୍ ବିଙ୍କୁ ପଚରା ଯିବାରୁ ସେ ମତ ରଖିଥିଲେ ଯେ ‘ମୋ ନାଁ ତନୁଶ୍ରୀ ନୁହେଁ କିମ୍ବା ନାନା ମଧ୍ୟ ନୁହେଁ। ଅର୍ଥାତ ବିଗ୍ ବି ଖୁବ୍ ଚତୁରତାର ସହ ଏହି ମାମଲାରୁ ନିଜକୁ ଦୂରେଇ ନେଇଥିଲେ।
/sambad/media/post_attachments/wp-content/uploads/2018/10/1538059532-nanaa-300x225.jpg)
ବିଗ୍ ବିଙ୍କର ଏପରି ଖାମଖିଆଲି ମନ୍ତବ୍ୟ ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତ ତନୁଶ୍ରୀ। ସେ ଅମିତାଭ ବଚ୍ଚନଙ୍କୁ ଇଙ୍ଗିତ କରି କହିଛନ୍ତି କି ‘ମୁଁ ଦୁଃଖୀତ ଯେ ଏପରି ଷ୍ଟାର୍ମାନେ ସାମାଜିକ ଘଟଣା ଆଧାରିତ ଚଳଚ୍ଚିତ୍ର କରୁଛନ୍ତି। ସେହି ଚଳଚ୍ଚିତ୍ରଗୁଡ଼ିକୁ ଦର୍ଶକ ଭଲ ବି ପାଉଛନ୍ତି। ମାତ୍ର ଯେତେବେଳେ ନିଜର ସାମ୍ନାରେ ଘଟୁଥିବା କିଛି ଘଟଣା ଉପରେ ମୁହଁ ଖୋଲିବା ଆବଶ୍ୟକ ପଡ଼େ ଏମାନେ ମୁହଁ ଫେରାଇ ନିଅନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/tanushree-datta-is-hurt-by-amitabh-bachchan-reaction-on-nana-patekar-Controversy.jpg)