ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ କାହିଁକି ବଲିଉଡ୍ର ଖ୍ୟାତାନାମା ଷ୍ଟାର୍ ନାନା ପାଟେକରଙ୍କ ନାମରେ ସେତେବେଳେ ଅଭିଯୋଗ କରିଲେନି କି ସେଥିଲାଗି ନ୍ୟାୟାଳୟକୁ ଗଲେ ନାହିଁ ବୋଲି ଏବେ ପ୍ରଶ୍ନ ଉଠୁଛି। ଏ ସଂପର୍କରେ ସେ କହିଛନ୍ତି ଯେ ତାଙ୍କ ପାଖରେ ପ୍ରମାଣ ଥିଲେ ବି ତାହା କରିଲେ ନାହିଁ। ଯେଉଁ ମହିଳାଙ୍କ ପାଖରେ ଏହାର ବିକଳ୍ପ ନାହିଁ ସେମାନେ କ’ଣ କରିବେ ବୋଲି ଭାବି ନୀରବ ରହିଲେ। ହେଲେ ଆଜି ମହିଳାମାଙ୍କୁ ସାହସୀ କରାଇବାଲାଗି ମୁହଁ ଖୋଲିଛି ବୋଲି ଅଭିନେତ୍ରୀ ତନୁଶ୍ରୀ ଦତ୍ତ କହିଛନ୍ତି। ଗତକାଲି ନାନା ନିଜର ଓକିଲଙ୍କ ଜରିଆରେ ତନୁଶ୍ରୀ ଦତ୍ତଙ୍କୁ ଲିଗାଲ୍ ନୋଟିସ୍ ପଠାଇଥିଲେ ।
ତନୁଶ୍ରୀ ଅଭିଯୋଗ ଆଣିଥିଲେ ଯେ ୨୦୧୮ ମସିହାରେ ନାନା ପଟେକର୍ଙ୍କ ର ‘ହର୍ଣ୍ଣ ଓକେ ପ୍ଲିଜ୍’ ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ଏକ ଗୀତ ସୁଟିଂର ସୁଯୋଗ ନେଇ ନାନା ତନୁଶ୍ରୀଙ୍କ ସହ ଅସଦାଚରଣ କରିଥିବା ତନୁଶ୍ରୀ ଦତ୍ତ ପ୍ରକାଶ କରିଥିଲେ।/sambad/media/post_attachments/wp-content/uploads/2018/09/NANA_PATEKAR.jp_-1-300x261.jpg)
ଏହି ମାମଲାକୁ ନେଇ ବିଭିନ୍ନ ଲୋକ ମତ ରଖିବା ପରେ ଏବେ ନିଜେ ମୁହଁ ଖୋଲିଛନ୍ତି ନାନା ପାଟେକର୍। ଏ ସଂପର୍କରେ ନାନା ଅଭିଯୋଗକୁ ଖଣ୍ଡନ କରି କହନ୍ତି ତନୁଶ୍ରୀଙ୍କ ମତରେ ଯୌନ ଉତ୍ପୀଡ଼ନ କ’ଣ? ସୁଟିଂ ସେଟ୍ରେ ୫୦-୧୦୦ ଲୋକଙ୍କ ଉପସ୍ଥିତରେ ମୁଁ କିପରି ଅସଦାଚରଣ କରିପାରିବି?’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/tanushree-ndtv_625x300_02_August_18-3.jpg)