ନାନା ପାଟେକରଙ୍କୁ ମିଳିଥିବା କ୍ଲିନ୍‌ ଚିଟ୍‌ ବିରୋଧରେ ପିଟିସନ ଦାୟର କରିବେ ତନୁଶ୍ରୀ

ମୁମ୍ବାଇ: କିଛି ଦିନ ତଳେ ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ପ୍ରମାଣ ଅଭାବରୁ ଓଶିଓ୍ଵାରା ପୁଲିସ ନାନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା । ଯାହାକୁ ଏବେ ବିରୋଧ କରି ପିଟିସନ ଦାୟର କରିବେ ତନୁଶ୍ରୀ । ତନୁଶ୍ରୀଙ୍କ ଓକିଲ ନୀତିନ ସନପୁତେ ରବିବାର ମୁମ୍ବାଇର ଅନ୍ଧେରୀରେ ଥିବା ରେଲେଓ୍ଵ ମୋବାଇଲ ଅଦାଲତରେ ତାଙ୍କର ପ୍ରତିନିଧିତ୍ୱ କରିଥିଲେ । । ଓଶିଓ୍ଵାରା ପୁଲିସ ଦେଇଥିବା ବି-ସମରୀ ରିପୋର୍ଟ ବିରୋଧରେ ପିଟିସନ ଦାୟର କରିବା ପାଇଁ ଅଦାଲତକୁ ସମୟ ମାଗିଥିଲେ ତନୁଶ୍ରୀଙ୍କ ଓକିଲ । ଏ ସମୟରେ ତନୁଶ୍ରୀଙ୍କ ପୂରା ଟିମ୍‌ ଅଦାଲତରେ ଉପସ୍ଥିତ ଥିବା ବେଳେ ଓସିଓ୍ଵାରା ପୁଲିସ ଷ୍ଟେସନର ଜଣେ ବି ଅଧିକାରୀ ଉପସ୍ଥିତ ନଥିଲେ । ତେବେ ପରିସ୍ଥିତିକୁ ଆଖି ଆଗରେ ରଖି ଅଦାଲତ ତନୁଶ୍ରୀଙ୍କୁ ପିଟିସନ ଦାୟର କରିବାକୁ ସମୟ ଦେବା ସହ ସେପ୍ଟେମ୍ବର ୭,୨୦୧୯ରେ ଏ ନେଇ ଶୁଣାଣି ହେବ ବୋଲି କହିଛନ୍ତି ।

Daijiworld

ସୂଚନା ମୁତାବକ, ଅକ୍ଟୋବର ୨୦୧୮ରେ ତନୁଶ୍ରୀ ନାନାଙ୍କ ବିରୋଧରେ ଓସିଓ୍ଵାରା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ତନୁଶ୍ରୀ ଯେଉଁ ସାକ୍ଷୀମାନଙ୍କ ନାଁ ଦେଇଥିଲେ ସେମାନଙ୍କୁ ଡ଼ାକି ପଚରାଉଚରା କରିଥିଲା ପୁଲିସ । କିନ୍ତୁ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନଥିଲା । ଯାହା ପରେ ଓସିଓ୍ଵାରା ପୁଲିସ ନାନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା ।

ସମ୍ବନ୍ଧିତ ଖବର