ଏହି ଜଣାଶୁଣା ଅଭିନେତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା

ମୁମ୍ବାଇ : ବଲିଉଡରେ ଏକଦା ବେଶ ଚର୍ଚ୍ଚାରେ ଥିଲେ ତନୁଶ୍ରୀ ଦତ୍ତ। । ସେ ଜଣେ ବରିଷ୍ଠ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ତାଙ୍କ କହିବା ଅନୁଯାୟୀ ସେ ବୋଧହୁଏ ପ୍ରଥମ ନାୟିକା ଯେ ଏଭଳି ସାହସ କରିଥିଲେ।ଏହି ଅଭିନେତା ଜଣକ ହେଲେ ନାନା ପାଟେକର୍। ୨୦୦୮ରେ ନାନା ପାଟେକର ଓ ତନୁଶ୍ରୀ ଦତ୍ତା ସେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମରେ ଅଭିନୟ କରୁଥିଲେ। ସେହି ସିନେମାର ଆଇଟମ୍ ନମ୍ବରର ପିକଚରାଇଜେସନ୍ ଚାଲିଥାଏ। ତନୁଶ୍ରୀ ଅନୁଭବ କଲେ ଯେମିତି ନାନା ତାଙ୍କର ଅଙ୍ଗକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଅନୁଯାୟୀ ଏଥିରେ ଆଇଟମ୍‌ ଗୀତଟି ସୋଲୋ ବୋଲି କଣ୍ଟ୍ରାକ୍ଟରେ ଲେଖା ଥିଲା ହେଲେ ତା‘ର ଉଲ୍ଲଂଘନ କରାଯାଇଥିଲା।

ତନୁଶ୍ରୀ କହିଥିଲେ ଯେ, ହଠାତ୍ ନାନା ପାଟେକର ତାଙ୍କୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ଭ୍ୟାନିଟି ଭ୍ୟାନ୍‌ରେ ପଶିଗଲେ।

ସେତେବେଳେ ତନୁଶ୍ରୀଙ୍କ ମାଆ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ। ଏହି ଅଘଟଣ ପରେ ତନୁଶ୍ରୀଙ୍କ ମାଆ କେତେକ ସାମ୍ବାଦିକଙ୍କୁ ସେଟ୍‌କୁ ଡକାଇ ଆଣିଲେ ଓ ସେ ସମ୍ପର୍କରେ ସୂଚନା ଦେଲେ। ହେଲେ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ନାନା ପାଟେକର ସେତେବେଳେ ସୁଟିଂ ସେଟ୍ ଛାଡ଼ି ଚାଲିଯାଇଥିଲେ।

ଏହାପରେ ତନୁଶ୍ରୀ ଦତ୍ତ ପୁଲିସ ଥାନାରେ ନାନା ପାଟେକରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନାନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାକୁ ନେଇ ତନୁଶ୍ରୀ କ୍ଷୁବ୍ଧ ହୋଇଆଉ ସିନେମାରେ କାମ ନ କରିବାକୁ ସ୍ଥିର କରିଥିଲେ।

ସମ୍ବନ୍ଧିତ ଖବର