ଏହି କାରଣ ପାଇଁ ଆମୀର ଖାନ୍‌ଙ୍କ ଉପରେ ବର୍ଷିଲେ ତନୁଶ୍ରୀ

ମୁମ୍ବାଇ : ସବୁବେଳେ ନିଜର ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା ଆମୀର ଖାନ୍‌ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ଯୌନ ନିର୍ଯ୍ୟାତନାର ଅଭିଯୋଗ ଲାଗିଥିବା ସୁଭାଷ କପୁରଙ୍କ ଫିଲ୍ମ ମୋଗୁଲରେ କାମ କରିବା ନେଇ ହଁ ଭରିଥିବାରୁ ତାଙ୍କୁ ବିରୋଧ କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ପ୍ରଥମେ ସୁଭାଷ କପୁରଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିବା ଗିତିକା ତ୍ୟାଗି ଆମୀରଙ୍କୁ ନିନ୍ଦା କରି ସାରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ତନୁଶ୍ରୀ ।

ସୂଚନା ମୁତାବକ, ସୁଭାଷ କପୁରଙ୍କ ସହ କାମ କରିବାକୁ ନେଇ ଆମୀରଙ୍କୁ ପଚରାଯାଇଥିବା ବେଳେ, ଯେ ପର୍ଯ୍ୟନ୍ତ ଜଣେ ଲୋକ ଉପରେ ଲାଗିଥିବା ଅଭିଯୋଗ ପ୍ରମାଣ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଦୋଷୀ ବୋଲି କୁହାଯିବ ନାହିଁ ବୋଲି କହିଥିଲେ ଆମୀର । ଆମୀରଙ୍କ ଏଭଳି ପ୍ରତିକ୍ରିୟା ପରେ ତନୁଶ୍ରୀ ନିଜର ମତ ରଖିଛନ୍ତି ।

Related image
iDiva

ବଲିଉଡ୍‌ରେ କେହି ବି ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ବିଷୟରେ ଭାବୁ ନାହାନ୍ତି । ସମସ୍ତେ ନିଜ ନିଜର କଥା ଭାବୁଛନ୍ତି । ଏଠି ପୀଡ଼ିତାଙ୍କ ଅପେକ୍ଷା ଅଭିଯୁକ୍ତଙ୍କ ପ୍ରତି ଦରଦ ଅଧିକ । ଜଣେ ଅଭିନେତା ଭାବରେ ଆମୀର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏବଂ ନିଷ୍ପତ୍ତି ପଛର ଯେଉଁ ସଫେଇ ଦେଇଛନ୍ତି ତାହା ତାଙ୍କୁ ଶୋଭା ପାଉନାହିଁ ବୋଲି କହିଛନ୍ତି ତନୁଶ୍ରୀ ।

ସମ୍ବନ୍ଧିତ ଖବର