ମୁମ୍ବାଇ : ଫିଲ୍ମ ‘ଆଶିକ୍‌ ବନାୟ ଆପ୍‌ନେ’ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିବା ବେଳେ କିଛି ବର୍ଷ ପରେ ସେ ବଲିଉଡ୍‌ରୁ ଗାୟବ ହୋଇ ଯାଇଥିଲେ । କିନ୍ତୁ ଏବେ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

Advertisment

ସୂଚନା ମୁତାବକ, ୨୦୦୮ରେ ଘଟିଥିବା ଘଟଣାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତନୁଶ୍ରୀଙ୍କ ଗାଡ଼ିକୁ କିଛି ଲୋକ ଭାଙ୍ଗୁଥିବା ବେଳେ ତାଙ୍କ ଗାଡ଼ି ଚକାରୁ ପବନ ବାହାର କରୁଥିବା ଦେଖା ଯାଇଛି । ମାହାରାଷ୍ଟ୍ର ନବନିର୍ମାଣ ସେନାର କାର୍ଯ୍ୟକର୍ତ୍ତାମାନେ ତନୁଶ୍ରୀଙ୍କ ଗାଡ଼ିର କାଚ୍‌ ଭାଙ୍ଗିବା ସହ ତାଙ୍କୁ ଅଟକାଇ ଅସଦାଚରଣ କରୁଥିବା ଦେଖା ଯାଇଛି । ଏହି ସମୟରେ ତନୁଶ୍ରୀ କାର୍‌ ଭିତରେ ଏକା ଏବଂ ଶାନ୍ତିରେ ବସିଥିବାର ଦେଖା ଯାଇଛି । କିଛି ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନୁଶ୍ରୀଙ୍କୁ ସେଠାରୁ ବାହାର କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଘଟଣା ବିଷୟରେ ତନୁଶ୍ରୀ ନିଜେ ଏକ ସାକ୍ଷାତକାରରେ କହିଥିବା ବେଳେ ଏହାର ଭିଡ଼ିଓ ଏବେ ଚର୍ଚ୍ଚାକୁ ଆହୁରି ଗରମ କରିଛି ।