୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ତାପସୀ

ଟ୍ୟାକ୍ସ ଫାଙ୍କିବା ମାମଲାରେ ଗତକାଲି ଆୟକର ବିଭାଗ ତାପସି ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ଘରେ ଚଢ଼ଉ କରିଥିଲା। ଆଜି ଏନେଇ ଉଭୟଙ୍କୁ ଆୟକର ବିଭାଗ ପଚରାଉଚରା ଜାରି ରଖିଛି। ଆୟକର ବିଭାଗର କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଉଭୟଙ୍କ ମୋବାଇଲ୍ ଫୋନ୍‌ରୁ ଟିକସକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଡିଲିଟ୍ କରାଯାଇଛି। ଯାହାକୁ ନେଇ ଆଗକୁ ଉଭୟଙ୍କୁ ଘଟଣାର ଯାଞ୍ଚ ପାଇଁ କାର୍ଯ୍ୟାଳୟକୁ ଡକାଯାଇପାରେ ବୋଲି କୁହାଯାଇଛି। ତେବେ ଭିନ୍ନ ଭିନ୍ନ ୨୮ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ କର ପ୍ରାୟ ୩୫୦ କୋଟି ଟଙ୍କା ହେରଫେର୍ କରାଯାଇଥିବା କହିଛି। ସେହିଭଳି ତାପସୀଙ୍କ ଘରୁ ୫ କୋଟି ଟଙ୍କାର ସଂପତ୍ତି ପ୍ରାପ୍ତ ହୋଇଥିବା କୁହାଯାଇଛି। ଏହା ସହ ସେ ୨୦ କୋଟି ଟଙ୍କା ଟିକସ ଫାଙ୍କି ହୋଇଥିବା ପ୍ରମାଣ ମିଳିଥିବା କହିଛନ୍ତି।

ସମ୍ବନ୍ଧିତ ଖବର