ଟ୍ଵୁଇଟରରେ ଜଣେ ପ୍ରଶଂସକ ଦେଇଥିବା ଲଜ୍ଜାଜନକ କମେଣ୍ଟର ଉଚିତ ଜବାବ ଦେଇଛନ୍ତି ଦକ୍ଷିଣ ଅଭିନେତ୍ରୀ ତାପସୀ ପାନୁ। କିଛିଦିନ ପୁର୍ବରୁ ତାପସୀଙ୍କର ଏକ ପୋଷାକ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି କହିଥିଲେ, "କପଡ଼ା ପିନ୍ଧିବାକୁ ମିଳୁ ନାହିଁ ନା କି କିଣିବାକୁ ପଇସା ନାହିଁ? ନା ପୁଣି ଅଙ୍ଗ ନ ଦେଖେଇଲେ ଚଳଚ୍ଚିତ୍ର ମିଳୁନାହଁ? "। ଏହି ଟୁଇଟକୁ ଅନ୍ୟ ପ୍ରଂଶସକମାନେ ନିନ୍ଦା କରିଥିବା ବେଳେ ତାପସୀ ଏହାର ବହୁତ ଭଲ ଉତ୍ତର ଦେଇଛନ୍ତି।
" ଆଜ୍ଞା! ଆପଣଙ୍କ ଭଳି କଳା ଏବଂ ପ୍ରଥାର ରକ୍ଷକ ମିଳୁନାହାନ୍ତି, ଆପଣମାନଙ୍କୁ ସମସ୍ତଙ୍କ ପାଖରେ ଚିହ୍ନା କରିବା ପାଇଁ ଏପରି କରିବାକୁ ପଡୁଛି ନହେଲେ ଆପଣଙ୍କ ଭଳି ହୀରା ମଣିଷ କୁଆଡୁ ମିଳିବେ,” ପ୍ରତି ଉତ୍ତରରେ ଏପରି କହିଥିଲେ ତାପସୀ।
/sambad/media/post_attachments/wp-content/uploads/2017/11/614470-taapseepannu..jpg)
ଏହିପରି ଉତ୍ତର ଦେଇ ତାପସୀ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇ ପାରିଛନ୍ତି। ତାପସୀ ବର୍ତ୍ତମାନ ତାଙ୍କ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ସିଂଙ୍କ ଜୀବନୀ ଉପରେ ଆଧାରିତଆଗାମୀ ଚଳଚ୍ଚିତ୍ର କାର୍ଯ୍ୟରେ ବ୍ୟସ୍ତ। ଏଥିରେ ତାଙ୍କ ସହିତ ଦିଲଜିତ ଦୋସାଞ୍ଜ ଏବଂ ଆଙ୍ଗଦ ବେଦୀ ମଧ୍ୟ ଦେଖିବାକୁ ମିଳିବେ।
“ମୁଁ ବହୁ ଦିନରୁ ଏହି ଚଳଚ୍ଚିତ୍ରର ଅପେକ୍ଷାରେ ଥିଲି, କାରଣ ଖେଳ ମୋ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ଏହା ମୋ ନିଜ ସହର ପଞ୍ଜାବଠାରେ ସୁଟିଂଙ୍ଗ ହେଉଥିବାରୁ ମୁଁ ବହୁତ ଖୁସି ”, କହିଥିଲେ ତାପସୀ । ଚଳଚ୍ଚିତ୍ରଟିକୁ ନିର୍ଦ୍ଧେଶିତ କରିଛନ୍ତି ସାହାଦ ଅଲ୍ଲୀ ଏବଂ ଏହା ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Tapsee_Pannu-1.jpg)