ବିଦ୍ୟା, ତବୁ ଓ ପ୍ରିୟଙ୍କାଙ୍କୁ ତାପସୀଙ୍କ ପ୍ରଶଂସା

‘ବିଦ୍ୟା ହେଉଛନ୍ତି ସେଇ ଅଭିନେତ୍ରୀ ଯିଏ ‘ଡାର୍ଟି ପିକଚର’ ଓ ‘କହାନୀ’ ପରି ଦୁଇ ପ୍ରକାରର କାହାଣୀରେ ବ୍ୟାକ୍ ଟୁ ବ୍ୟାକ୍ ନାୟିକା ସାଜି ପ୍ରମାଣିତ କରିଛନ୍ତି ଯେ ଏ ଦୁନିଆରେ ସବୁକିଛି ସମ୍ଭବ। ଅଭିନେତ୍ରୀ ତବୁ ନିଜ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ମନରେ ସବୁବେଳେ ଗୋଟେ ରହସ୍ୟ ସୃଷ୍ଟି କରିଥାନ୍ତି। ବାକି ରହିଲା ପ୍ରିୟଙ୍କାଙ୍କ କଥା, ସେ କେବଳ ନିଜ ପାଇଁ ସଫଳ ନୁହନ୍ତି ସେ ଅଭିନୟ କରିଥିବା ସିନେମା ହେଉ କି ପୂରା ୟୁନିଟ୍ ମେମ୍ବର ଏବଂ ଦର୍ଶକଙ୍କୁ ମଧ୍ୟ ଫିଦା କରିଥାନ୍ତି। ଯେଉଁଗୁଡ଼ିକ ନାରୀକୈନ୍ଦ୍ରିକ ସିନେମା ତାହା ଯଦି ସଫଳ ହୁଏ ତେବେ ନୂଆପିଢ଼ିର ଅଭିନେତ୍ରୀଙ୍କ ପାଇଁ ଏହା ବାଟ କଢ଼ାଇଥାଏ। ତେଣୁ ବିଦ୍ୟା, ତବୁ ଓ ପ୍ରିୟଙ୍କା ଏଇ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇ ସଫଳ ହେବା ସହ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ଆଶାର ଆଲୋକ ଦେଖାଇଛନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ।

କେବଳ ଦକ୍ଷିଣୀ ସିନେମା ନୁହେଁ କିଛିଦିନ ହେବ ଯିଏ ବଲିଉଡ୍‌ରେ ନିଜର ପତିଆରା ଜାରିରଖିଛନ୍ତି ସେ ହେଲେ ତାପସୀ ପନ୍ନୁ। ପିଙ୍କ୍, ମଲକ, ନାମ ଶବାନା, ଥାପଡ୍ ପରି ସିନେମାର ନାୟିକା ତାପସୀ ଯେ ନିଜ ମୁହଁରେ ନିଜ ଜାତିକୁ ପ୍ରଶଂସା କରିବେ, ହୁଏତ ଅନେକ କଳ୍ପନା ମଧ୍ୟ କରି ପାରିବେନି। ତାପସୀ କହିଛନ୍ତି, ବଲିଉଡ୍‌ରେ ଅନ୍ୟ ଫିମେଲ୍ ଆର୍ଟିଷ୍ଟଙ୍କ ପାଇଁ ଯିଏ ସୁନ୍ଦର ରାସ୍ତା ଦେଖାଇଛନ୍ତି ସେମାନେ ହେଲେ ବିଦ୍ୟା ବାଲାନ୍, ତବୁ ଏବଂ ପ୍ରିୟଙ୍କା ଚୋପ୍ରା। ଜୁଲାଇ ମାସରେ ନେଟ୍‌ଫିକ୍ସରେ ମୁକ୍ତିଲାଭ କରିବାକୁ ଥିବା ତାପସୀଙ୍କ ଅଭିନୀତ ‘ହସିନ୍ ଦିଲରୁବା’ରେ ତାଙ୍କ କୋ-ଷ୍ଟାର୍ ଅଛନ୍ତି ବିକ୍ରାନ୍ତ ମାସେ ଓ ହର୍ଷବର୍ଦ୍ଧନ ରାଣେ। ଏହା ବ୍ୟତୀତ ରଶ୍ମି ରକେଟ୍, ଦୋବାରା, ସାବାସ୍‌ ମିଠୁ, ଲୁପ୍ ଲପେଟା ଏବଂ ଆହୁରି ଅନେକ ମୁଭିରେ ମଧ୍ୟ ତାପସୀଙ୍କୁ ଅଫର୍ ରହିଛି।

ସମ୍ବନ୍ଧିତ ଖବର