ତାପସୀ ପନ୍ନୁଙ୍କୁ ପୁଣି ଏକ ଦମ୍ଦାର୍ ଭୂମିକାରେ ଦେଖିବାକୁ ମିଳିବ। ଏଥର ସେ ଜଣେ ଦ୍ରୁତ ଧାବିକା ଭାବେ ପରଦାରେ ଦେଖିବାକୁ ମିଳିବେ। ତାପସୀଙ୍କ ଆଗାମୀ ଚଳଚ୍ଚିତ୍ର ‘ରଶ୍ମି ରକେଟ୍’ର ସୁଟିଂ ଆସନ୍ତା ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଚଳଚ୍ଚିତ୍ରର କାହାଣୀ ଗୁଜରାଟର ଜଣେ ଗାଉଁଲି ଝିଅଙ୍କ ଉପରେ ପର୍ଯ୍ୟବସିତ। ଦ୍ରୁତ ଗତିରେ ଦୌଡ଼ୁଥିବାରୁ ଗାଁ ଲୋକେ ତାଙ୍କୁ ‘ରକେଟ୍’ ଡାକନ୍ତି। ତେବେ ଚଳଚ୍ଚିତ୍ରରେ ତାଙ୍କ ବୃତ୍ତିଗତ ସଂଘର୍ଷ ଜୀବନର କାହାଣୀ ଦେଖିବାକୁ ମିଳିବ। ରୋନି ସ୍କ୍ରିୱାଲା ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ଆକର୍ଷ ଖୁରାନା ନିର୍ଦ୍ଦେଶନା ଦେବେ।
ଦୈଡ଼ିବେ ତାପସୀ
/sambad/media/post_attachments/wp-content/uploads/2020/08/rashmi-rocket-1200.jpg)