ମୁମ୍ବାଇ : ନିଜ ସୁନ୍ଦରତା ସହ ନିଜ ଅଭିନୟ ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚାରେ ଅଭିନେତ୍ରୀ ତାପ୍ସୀ ପନ୍ନୁ । ସାଉଥ ଇଣ୍ଡଷ୍ଟ୍ରିରୁ ଆସି ବଲିଉଡ୍ରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହ ଅନ୍ୟ ଅଭିନେତ୍ରୀମାନେ ବଲିଉଡ୍ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ତାପ୍ସୀଙ୍କ ଭଳି ସଫଳତା ମିଳି ପାରି ନାହିଁ । ଆସୁ ଆସୁ ସେ ବଲିଉଡ୍ର ଅନେକ ଆଗ ଧାଡ଼ିର ଅଭିନେତାଙ୍କ ସହ କାମ କରି ସାରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା କେବଳ ଫିଲ୍ମର ଚରିତ୍ରରେ ନୁହେଁ ଅସଲ ଜୀବନରେ ମଧ୍ୟ ବେଶ ସାହାସୀ ତାପ୍ସୀ । ଯାହା ଏକ ଘଟଣାରୁ ପ୍ରମାଣ ହୋଇ ସାରିଛି ।
/sambad/media/post_attachments/wp-content/uploads/2019/06/Taapsee-Pannu-300x225.jpg)
ସୂଚନା ମୁତାବକ, ତାପ୍ସୀ ଥରେ ନିଜ ଭଉଣୀଙ୍କୁ ସାଥୀରେ ନେଇ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ଭୋଜନ ସାରି ସେ ରାସ୍ତା କଡ଼ରେ ନିଜ ଗାଡ଼ି ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବାଇକ୍ ଚାଳକ ଆସି ତାଙ୍କ ଅନୁମତି ବିନା ତାଙ୍କ ଫଟୋ ଉଠାଇଥିଲେ । ଏହା ଦେଖି ରାଗିଯିବା ସହ ତାପ୍ସୀ ଯୁବକଙ୍କ ଫୋନ ଛଡ଼ାଇ ଆଣି ତାଙ୍କୁ ଚାପୁଡ଼ା ମାରିଥିଲେ । ଫଟୋ ଫୋନରୁ ନ ହଟାଇଲେ ଫୋନ ଭାଙ୍ଗିଦେବି ବୋଲି କହିଥିଲେ । ଯାହା ପରେ ଯୁବକଜଣଙ୍କ ଫଟୋ ହଟାଇଥିଲେ ବୋଲି ଜଣା ପଡ଼ିଛି ।