ଟ୍ରୋଲର୍‌ଙ୍କ ମୁହଁ ବନ୍ଦ କଲେ ତାପସୀ ପନ୍ନୁ

ଚଳଚ୍ଚିତ୍ରରେ ଦବଙ୍ଗ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ତାପସି ପନ୍ନୁ ନିଜ ବାସ୍ତବିକ ଜୀବନରେ ଦବଙ୍ଗଗିରି ପାଇଁ ଏବେ ଖବରରେ ରହିଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇ ଟ୍ରୋଲର୍‌ଙ୍କ ମୁହଁ ବନ୍ଦ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବ୍ୟକ୍ତି ତାପସୀଙ୍କୁ ଟ୍ରୋଲ୍ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ ଯେ ‘ତୁମକୁ ତ ଅଭିନୟ ଜଣାନାହିଁ, କିଭଳି ଚଳଚ୍ଚିତ୍ର କରିବ’।

ଏହାର ଜବାବରେ ତାପସୀ ତାଙ୍କୁ କହିଛନ୍ତି, ମୁଁ ଚଳଚ୍ଚିତ୍ରରେ ଅଭିନୟର ମାନକୁ ଉଚ୍ଚସ୍ତରକୁ ନେଇଛି, ଯାହା ଆପଣ ବୁଝିପାରିବେ ନାହିଁ। ଏହା ପରେ ଟ୍ରୋଲ୍‌ରେ ଏକପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜଣାପଡ଼ିଛି। ତାପସି ଏବେ ରକେଟ୍ ରଶ୍ମି ଚଳଚ୍ଚିତ୍ର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେ ପ୍ରତିଦିନ ଦୌଡ଼କୁଦ କରିବା ସହିତ ନିଜକୁ ଚଳଚ୍ଚିତ୍ରରେ ଆଥ୍‌ଲେଟ୍ ଭାବେ ଚିତ୍ରଣ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହି ଫିଲ୍ମ ପାଇଁ ସେ ନିଜ ଖାଦ୍ୟରେ ନିୟନ୍ତ୍ରଣ ଆଣିବା ସହିତ ପ୍ରିୟ ଖାଦ୍ୟ ଛୋଲେ- ଭଟୁରେକୁ ବି ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର