ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ହେଲେ ତାପସୀ ପନୁ

ମୁମ୍ବାଇ: ଜନି ଲିଭର,କପିଲ ଶର୍ମା,ବୀର ଦାସ ଓ ସୁନୀଲ ଗ୍ରୋଭରଙ୍କ ଭଳି ନାମୀ କମେଡିଆନ୍‌ କମେଡି ସୋ’ କରିବା ପରେ ଫିଲ୍ମରେ ସୁଯୋଗ ପାଇଥିଲେ। ହେଲେ ବଲିଉଡର ଜଣେ ଜଣାଶୁଣା ନାୟିକା ବେଶ୍‌ କେତୋଟି ଫିଲ୍ମରେ ଅଭିନୟ କରିବା ପରେ ଏବେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ହୋଇଛନ୍ତି।
୨୦୧୦ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବା ପରେ ଏହି ନାୟିକା ଜଣକ ଇତିମଧ୍ୟରେ ପ୍ରାୟ ୨୪ଟି ହିନ୍ଦୀ,ତାମିଲ ଓ ତେଲୁଗୁ ସିନେମାରେ କାମ କରି ସାରିଛନ୍ତି। ୩୧ ବର୍ଷୀୟା ଏହି ନାୟିକା ଜଣକ ହେଲେ ତାପସୀ ପନୁ। ତାପସୀ କମେଡ଼ି ସୋ’ କରିବାକୁ ଚାହୁଁଥିଲେ। ନିକଟରେ ଏକ ସୋ’ରେ କମେଡ଼ି କରିବାର ତାଙ୍କୁ ଅଫର୍‌ ମିଳିଲା, ସେମିତି ସେ ରାଜି ହୋଇଗଲେ।

photo-amarujal

ତାଙ୍କୁ ଏହି ସୋ’ରେ ୨୦୦ ଜଣ ଦର୍ଶକଙ୍କ ସାମ୍ନାରେ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭାବେ ହାସ୍ୟରସ ପରିବେଷଣ କରିବାକୁ ପଡ଼ିଥିଲା। ସେ ଏଥିପାଇଁ ତିନି ଦିନ ଧରି ପ୍ରସ୍ତୁତି ଚଳାଇଥିଲେ। ଏହି ସୋ’ରେ ଅଭିନେତା ଭିକି କୌଶଲ,ଇଶାନ୍‌ ଖଟ୍ଟର ଓ ଜାହ୍ନବୀ କପୁର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର