ତୈମୁର୍‌ଙ୍କୁ ଡେଟ୍‌ କରିବାକୁ ଚାହାଁନ୍ତି ଏହି ବଲିଉଡ୍‌ ହିରୋଇନ୍‌

ମୁମ୍ବାଇ: କରୀନା କପୁର ଖାନ୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଜନ୍ମ ହେବା ଦିନରୁ ଚର୍ଚ୍ଚାରେ ରହିଛନ୍ତି। ଏତେ କମ୍‌ ବୟସରେ ଆଜି ଯାଏଁ ବୋଧହୁଏ କୌଣସି ଲୋକ ଏଭଳି ଲୋକପ୍ରିୟ ହୋଇନଥିଲେ। ସୋସିଆଲ୍‌ ମିଡିଆରେ ମଧ୍ୟ ତୈମୁରଙ୍କର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ତୈମୁର ଏବେ ଏତେ ଲୋକପ୍ରିୟତା ଯେ,ତାଙ୍କ ନାଆଁରେ କଣ୍ଢେଇ ବି ବିକ୍ରି ହେଲାଣି।


ହେଲେ ଆପଣ ଜାଣନ୍ତି କି , ଜଣେ ବଲିଉଡ୍‌ ନାୟିକା ତୈମୁର୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଏହି ନାୟିକା ଜଣକ ହେଲେ ତାପସୀ ପାନୁ। ସେ ତାଙ୍କର ନୂଆ ଫିଲ୍ମ ‘ବଦ୍‌ଲା’ର ପ୍ରମୋସନ୍‌ ସମୟରେ କହିଛନ୍ତି ଯେ ଏବେ ବି ସିଙ୍ଗଲ୍‌ ଅଛନ୍ତି। କାହାରିକୁ ସେ ଡେଟ୍‌ କରୁନାହାଁନ୍ତି। କିନ୍ତୁ ଯଦି ଡେଟ୍‌ କରିବାର ସୁଯୋଗ ମିଳେ ତେବେ ସେ ତୈମୁର୍‌ଙ୍କ ସହ ଡେଟ୍‌ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ତାପସୀ ପନୁ। ଏକଥା ଅବଶ୍ୟ ସେ ଥଟ୍ଟାରେ କହିଛନ୍ତି।
ଏହା ପୂର୍ବରୁ ତୈମୁରଙ୍କ ଭଉଣୀ ସାରା ଅଲ୍ଲୀ ଖାନ୍‌ ମଧ୍ୟ ତୈମୁରଙ୍କ ସହିତ ଫିଲ୍ମରେ କାମ କରିବାର ଇଛା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର