ପ୍ରଥମ ଫିଲ୍ମ ମୁକ୍ତିଲାଭ ନ କରୁଣୁ ତାରା ସୁତାରିୟାଙ୍କୁ ଦ୍ବିତୀୟ ଓ ତୃତୀୟ ଫିଲ୍ମ ମିଳିସାରିଲାଣି

ମେ ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବ ତାରା ସୁତାରିୟାଙ୍କ ପେସାଦାର ଅଭିନେତ୍ରୀ ଜୀବନର ପ୍ରଥମ ଫିଲ୍ମ ‘ଷ୍ଟୁଡେନ୍‌ଟ ଅଫ୍‌ ଦ ଇଅର‌୍‌ ୨’। ଆଉ ପ୍ରଥମ ଫିଲ୍ମ ମୁକ୍ତିଲାଭ ନ କରୁଣୁ ତାରାଙ୍କୁ ଦ୍ବିତୀୟ ଓ ତୃତୀୟ ଫିଲ୍ମ ମିଳିସାରିଲାଣି। ହଁ, ମିଲାପ ଜାେଵରୀଙ୍କ ‘ମରଜାଓାଁ’ ଏବ˚ ମିଲନ ଲୁଥରିୟାଙ୍କ ଆଗାମୀ ଫିଲ୍ମ ପାଇଁ ସେ ଚୁକ୍ତି ସ୍ବାକ୍ଷର କରିସାରିଲେଣି। ମିଲନଙ୍କ ଚଳଚ୍ଚିତ୍ର, ସୁପର‌୍‌ହିଟ୍‌ ତେଲୁଗୁ ଫିଲ୍ମ ‘ଆର‌୍‌ଏକ୍‌ସ ୧୦୦’ର ହିନ୍ଦୀ ରି-ମେକ୍‌। ଏଥିରେ ତାରାଙ୍କ ସହ ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ନବାଗତ ଅହାନ ଶେଟ୍ଟୀ(ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁତ୍ର)। ସାରା ଫିଲ୍ମର ସୁଟି˚ ଉତ୍ତରାଖଣ୍ତରେ ହେବାର ସୂଚନା ମିଳିଛି। ତାରା ଏକ ସଙ୍ଗେ ଗାୟିକା, ନୃତ୍ୟଙ୍ଗନା ଓ ଅଭିନେତ୍ରୀ। ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ସେ ‘ତାରେ ଜମୀନ ପର’, ‘ଗୁଜାରିଶ’, ‘ଡେଭିଡ୍‌’ ଆଦି ଫିଲ୍ମରେ ଗୀତ ଗାଇଥିବା ଜଣାଯାଏ। ସେ ଗୁଡ଼ିଏ ବିଜ୍ଞାପନ ଫିଲ୍ମ ଗୀତ ମଧ୍ୟ ଗାଇଛନ୍ତି। ୨୦୧୦ରୁ ସେ ଟେଲିଭିଜନ୍‌ ଦୁନିଆରେ ସକ୍ରିୟ। ତାରାଙ୍କ ବୟସ ତେଇଶ ବର୍ଷ ଏବ˚ ସେ ନୃତ୍ୟ-ସ˚ଗୀତରେ ବିଦେଶରେ ତାଲିମପ୍ରାପ୍ତ।

ସମ୍ବନ୍ଧିତ ଖବର