ଟାଇଗର ଏବଂ ଦିଶାଙ୍କ ମଧ୍ୟରେ ବଢ଼ୁଛି ଦୂରତା! ଏହି ନୂଆ ହିରୋଇନ୍‌ଙ୍କ ପାଇଁ ଟାଇଗର ଦୂରେଇ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‌ର ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ପ୍ରେମ ସଂପର୍କ ସବୁ ବେଳେ ଚର୍ଚ୍ଚା ବିଷୟ ରହିଥାଏ । ଦୁହିଁଙ୍କୁ ଏକା ସାଙ୍ଗରେ ବାହାରକୁ ଯାଇ ସମୟ କଟାଉଥିବାର ଦେଖା ଯାଉଥିବା ବେଳେ ଫିଲ୍ମ ‘ବାଗି-୨’ରେ ଦୁଇ ଜଣଙ୍କୁ ସାଥୀରେ ରୋମାନ୍ସ କରିବାର ସୁଯୋଗ ମିଳିଥିଲା । ତେବେ ଦୁହିଁଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ସେଭଳି କିଛି ଅସୁବିଧା ସୃଷ୍ଟି ହୋଇ ନ ଥିବା ବେଳେ ଏବେ ଜଣେ ନବାଗତାଙ୍କ ପାଇଁ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଥିବା ଜଣାପଡ଼ିଛି । ଏହି ଦୁଇ ପ୍ରେମୀଯୁଗଳଙ୍କ ମଧ୍ୟରେ ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟଣ୍‌-୨’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରୁଥିବା ତାରା ସୁତାରିଆ ଆସି ଯାଇଥିବା ଜଣା ପଡ଼ିଛି । ଟାଇଗର ଏବେ ତାରାଙ୍କ ସହ ଅଧିକ ସମୟ ବିତାଉଥିବାରୁ ଦିଶା ଏବଂ ଟାଇଗରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସୂଚନା ମିଳିଛି ।

Businessofcinema.com

ଅନ୍ୟ ପକ୍ଷରେ ଟାଇଗରଙ୍କ ସହ ତାରାଙ୍କ ଏତେ ଭଲ ସଂପର୍କକୁ ଦେଖି ପାରୁ ନାହାନ୍ତି ତାଙ୍କ ପ୍ରେମିକ ରୋହନ ମେହରା । ସୁଟିଂ ନଥିବା ସମୟରେ ତାରା ଏବଂ ଟାଇଗର ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ଓ ଦୁହିଁଙ୍କୁ ପାର୍ଟିରେ ଏକା ସାଙ୍ଗରେ ଦେଖିବାକୁ ମିଳୁଛି । ତେବେ ଦୁହିଁଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ତାହା ଭବିଷ୍ୟତରେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର