‘ତାରକ ମେହେତାକା ଉଲ୍‌ଟା ଚଷମା’ ଦେଖିବା ପରେ ଆତ୍ମହତ୍ୟାର ଭାବନା ଛାଡ଼ିଥିଲେ ଯୁବକ

ମୁମ୍ବାଇ : ହାସ୍ୟ ଧାରାବାହିକ ‘ତାରକ୍‌ ମେହେତାକା ଉଲ୍‌ଟା ଚଷମା’ ଦୀର୍ଘ ୧୦ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି । ଏହି ଧାରାବାହିକକୁ ଦର୍ଶକଙ୍କ ଭଲ ପାଇବା ମିଳିବା ସହ ପ୍ରତି ବର୍ଷ ଏହାର ଟିଆର୍‌ପି ଟପ୍‌-୧୦ଭିତରେ ରହୁଥିବା ଜଣାପଡ଼ିଛି । ତେବେ ଏହି ଧାରାବାହିକ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ଭଲ ବାଟରେ ଯିବା ପାଇଁ ଅନୁପ୍ରାଣିତ କରୁଥିବା ଦେଖାଯାଇଛି। ଏହି ଧାରାବାହିକ ଦେଖି ଜଣେ ଯୁବକ ନିଜର ଆତ୍ମହତ୍ୟାର ଯୋଜନା ବଦଳାଇଥିବା ଜଣାପଡ଼ିଛି । ଧାରାବାହିକକୁ ୧୦ବର୍ଷ ପୂର୍ତ୍ତି ଅବସରରେ ଧାରାବାହିକର ପୂରା ଷ୍ଟାରକାଷ୍ଟ ଏକ ନିଉଜ୍‌ ଚ୍ୟାନେଲରେ ସାକ୍ଷାତକାର ଦେବାକୁ ଯିବା ସମୟରେ ଏ ବିଷୟରେ ଖୁଲାସା କରାଯାଇଥିଲା।

IBTimes India

‘ତାରକ୍‌ ମେହେତାକା ଉଲ୍‌ଟା ଚଷମା’ର ନଟୁ କାକା ଓରଫ ଘନଶ୍ୟାମ ନାୟକ ସାକ୍ଷାତକାର ସମୟରେ ଏ ବିଷୟରେ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ ଜଣେ ଯୁବକ ଆତ୍ମହତ୍ୟା କରିବା ଉଦ୍ୟମରେ ଥିଲା । କିନ୍ତୁ ‘ତାରକ୍‌ ମେହେତାକା ଉଲ୍‌ଟା ଚଷମା’ର ଏକ ଅଧ୍ୟାୟ ଦେଖିବା ପରେ ତାଙ୍କୁ ବଞ୍ଚିବାର ଆଶା ମିଳିଥିଲା । ଏହା ପରେ ସେ ‘ତାରକ୍‌ ମେହେତାକା ଉଲ୍‌ଟା ଚଷମା’କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଥିଲେ ।

ସମ୍ବନ୍ଧିତ ଖବର