୧୯୯୫ ମସିହାର ଡେଭିଡ୍ ଧାୱନଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘କୁଲି ନମ୍ବର ୱାନ୍’ ରିମେକ୍ର ସୁଟିଂ ସରିଥିବା ବେଳେ ଏହାର ଟିଜର୍ ନଭେମ୍ବର ୨୮ ତାରିଖରେ ମୁକ୍ତିଲାଭ କରିବ। ପୂର୍ବରୁ ଏହାର ପୋଷ୍ଟର୍ ରିଲିଜ୍ ହୋଇଥିଲା। ଏଥିରେ ବରୁଣ ଧାୱନଙ୍କୁ ବିଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ମୁଖ୍ୟ ନାୟିକାର ଭୂମିକାରେ ସାରା ଅଲ୍ଲୀ ଖାନ୍ ରହିଛନ୍ତି। ଏଥିରେ ଗୋବିନ୍ଦାଙ୍କ ସ୍ଥାନରେ ବରୁଣ ଓ କରିସ୍ମାଙ୍କ ସ୍ଥାନରେ ସାରା ନଜର ଆସିବେ। ଟିଜର୍ଟି ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ମୁକ୍ତିଲାଭ କରିବ। ପୂର୍ବରୁ ଚଳଚ୍ଚିତ୍ରଟି ମେ’ ୧ ଶ୍ରମିକ ଦିବସ ଅବସରରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ ଲକ୍ଡାଉନ୍ ଯୋଗୁଁ ବର୍ତ୍ତମାନ ଏହା ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
୨୮ରେ ‘କୁଲି ନମ୍ବର ୱାନ୍’ର ଟିଜର୍
/sambad/media/post_attachments/wp-content/uploads/2020/11/coolieno1-poster-960x540-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)