ସୈଫ୍ ଅଲ୍ଲୀ ଖାନ୍ଙ୍କ ୱେବ୍ ସିରିଜ୍ ‘ତାଣ୍ଡବ’ର ଟିଜର୍ ମୁକ୍ତିଲାଭ କରିଛି। ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓରେ ପ୍ରଦର୍ଶିତ ହେବାକୁ ଥିବା ଏହି ସିରିଜ୍ ୧୫ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି। ହିମାଂଶୁ ମେହରା ଓ ଅଲ୍ଲୀ ଆବାସଙ୍କ ଏହି ସିରିଜ୍ ହେଉଛି ଏକ ପଲିଟିକାଲ୍ ଡ୍ରାମା। ୧ ମିନିଟ୍ର ଏହି ଟିଜର୍ର ଆରମ୍ଭ ଜନସମାବେଶ ଓ ରାଜନୈତିକ ପତକା ସହ ହୋଇଛି। ସୈଫ୍ ଏଥିରେ ଜଣେ ରାଜନେତା ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଟିଜର୍ରେ ସୈଫ୍ଙ୍କ ଦମ୍ଦାର୍ ଏଣ୍ଟ୍ରି ଦେଖିବାକୁ ମିଳିଛି। ‘ତାଣ୍ଡବ’ରେ ସୈଫ୍ଙ୍କ ସହ ଅଭିନେତ୍ରୀ ଡିମ୍ପଲ କାପଡ଼ିଆ, ସୁନୀଲ ଗୋଭର୍ ଓ ତିଗ୍ମାଂଶୁ ଧୁଲିୟା ପ୍ରମୁଖ ଭୂମିକାରେ ନଜର ଆସିବେ।
ୱେବ୍ ସିରିଜ୍ ‘ତାଣ୍ଡବ’ର ଟିଜର ରିଲିଜ୍
/sambad/media/post_attachments/wp-content/uploads/2018/10/594457-saif-ali-khan-072117.jpg)