ମୁମ୍ବାଇ : ଗତକାଲି ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଥିଲା । ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ କାଲିି ମଧ୍ୟାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଥିଲା । ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ସେ ବାରଣାସୀରୁ ପ୍ରାଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇ ନ ପାରିବା ସହ ତାଙ୍କ ସ୍ଥାନରେ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି । ତେବେ ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ବଲିଉଡ୍‌ର କଣ୍ଠଶିଳ୍ପୀ ବିଶାଲ ଡାଡ୍‌ଲାନୀ ଟୁଇଟ୍‌ କରି ମୋଦୀଙ୍କୁ ସମାଲୋଚନା କରିଛନ୍ତି ।

Advertisment

ତେଜ ବାହାଦୂରଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବାର ଖବର ଆସିବା ପରେ ବିଶାଲ ଟୁଇଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ । କିଏ ଜାଣିଥିଲା ଫେକୁ ଏତେ ଡ଼ରୁଆ ମଧ୍ୟ...ଛି ବୋଲି ଲେଖି ଟୁଇଟ୍‌ କରିଥିଲେ ବିଶାଲ । ତାଙ୍କର ଏଭଲି ଟୁଇଟ୍‌ ପରେ ସେ ତେଜ ବାହାଦୂରଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବା ଘଟଣାରେ କେତେ ନିରାଶ ଅଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ଯାଉଛି । ତାଙ୍କର ଏଭଳି ଟୁଇଟ୍‌ ପରେ ଟୁଇଟ୍‌ରରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।