ନୂଆଦିଲ୍ଲୀ : ଟିଭି ଧାରାବାହିକ ଏକ ‘ବୀରକି ଅର୍ଦାସ.....ବୀରା’ର କାର୍ଯ୍ୟକାରୀ ପ୍ରଯୋଜକ ମୁକେଶ ମିଶ୍ରଙ୍କୁ ୭ବର୍ଷ ପାଇଁ ଜେଲ୍ଦଣ୍ଡ ଦିଆଯାଇଛି । ଏକ ‘ବୀର କି ଅର୍ଦାସ.....ବୀରା’ରେ କାମ କରୁଥିବା ଜଣେ ଅଭିନେତ୍ରୀଙ୍କୁ ମେକ୍ଅପ୍ ରୁମ୍ରେ ଦୁଷ୍କର୍ମ କରିଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କୁ କାମ ଦେବା ପରେ ସେ ଚର୍ଚ୍ଚିତ ହୋଇଯିବା ପରେ ନିଜ ସାହାଯ୍ୟର ମୁଲ୍ୟ ହିସାବରେ ଏହି ଦୁଷ୍କର୍ମ କରିଥିଲେ ।
/sambad/media/post_attachments/wp-content/uploads/2018/07/arrested-08-1499499014-300x225.jpg)
ସୂଚନା ମୁତାବକ,ଏହି ଘଟଣା ଘଟିଥିଲା ୨୦୧୨ ମସିହା ଡ଼ିସେମ୍ବର ୧୨ରେ । ମୁକେଶ ଅଭିନେତ୍ରୀଙ୍କୁ ବସ୍ ଷ୍ଟାଣ୍ଡକୁ ଦେଖା କରିବା ପାଇଁ ଡ଼ାକିଥିବା ବେଳେ ଦୁହେଁ ଏକା ସାଙ୍ଗରେ ବସ୍ରେ ଯିବାର ଯୋଜନା ରହିଥିଲା । କିନ୍ତୁ ଅଭିନେତ୍ରୀଜଣକ ପହଞ୍ଚିବାକୁ ବିଳମ୍ବ କରିବାରୁ ବସ୍ଟି ଛାଡ଼ି ଦେଇଥିଲା । ଯାହା ପରେ ମୁକେଶ ନିଜ ବାଇକ୍ରେ ଅଭିନେତ୍ରୀଙ୍କୁ ନେଇ ସୁଟିଂ ସେଟ୍ ଯାଇଥିଲେ । ସେଠାରେ କେହି ନ ଥିବା ବେଳେ ଅଭିନେତ୍ରୀଙ୍କ ମେକ୍ଅପ୍ ରୁମ୍କୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ କାହାକୁ କହିଲେ ତାହାର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ । କିଛି ଦିନ ଚୁପ୍ ରହିବା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ, ଯାହାର ତଦନ୍ତ ପରେ ଦୋଷୀକୁ ୭ବର୍ଷ ଜେଲ ଦଣ୍ଡ ଦିଆଯାଇଥିବା ଜଣାପଡ଼ିଛି ।