ଟେଲିଭିଜନ୍‌ ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର କରୋନାରେ ପରଲୋକ

ମୁମ୍ବାଇ: ଭାରତୀୟ ଟେଲିଭିଜନ ଜଗତକୁ ବଡ଼ ଝଟକା । କରୋନା ଯୁଦ୍ଧରେ ହାରିଗଲେ ପ୍ରସିଦ୍ଧ ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସେ ଆଖିବୁଜି ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।

ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଦିବ୍ୟାଙ୍କ ମୃତ୍ୟୁ ଖବର ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଦିବ୍ୟାଙ୍କ ସହ ବିତାଇଥିବା ସବୁ ମୁହୂର୍ତ୍ତକୁ ମନେ ପକାଇଛନ୍ତି । ତେବେ ଦିବ୍ୟାଙ୍କ ମୃତ୍ୟୁ ଖବର ଏବେ ଭାରତୀୟ ଟେଲିଭିଜନ ଜଗତରେ ଦୁଃଖର ଲହରି ଖେଳାଇ ଦେଇଛି ।

ଦିବ୍ୟା ପ୍ରସିଦ୍ଧ ଟେଲିଭିଜନ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଗୁଲାବୋ ଭୂମିକାରେ ଅଭିନୟ କରିଥିଲେ । ଏହି ସିରିଏଲ ଜରିଆରେ ସେ ଦର୍ଶକମାନଙ୍କ ହୃଦୟ ଜିଣିଥିଲେ । ପରେ ‘ଉଡାନ’, ‘ଜିତ ଗୟିତୋ ପିୟା ମୋରେ’ ଓ ‘ଭିସ’ ଭଳି ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ।
ସମ୍ବନ୍ଧିତ ଖବର