କାହିଁକି ସିନେମାକୁ ‘ନା’ କହୁଛନ୍ତି ଏହି ଲୋକପ୍ରିୟ ଟେଲି ନାୟିକା ?

ଭୁବନେଶ୍ୱର: ଜଣେ ଚର୍ଚ୍ଚିତା ଟେଲି ନାୟିକା ହେଲେ ଦେବିକା ଅରୁନ୍ଧତୀ ସାମଲ। ସେ ସାର୍ଥକ ଟିଭିରେ ପ୍ରସାରିତ ମେଗା ସିରିଏଲ୍‌ ‘ମୋ’ ଜେଜେମା’ରେ ଫିମେଲ୍‌ ଲିଡ୍‌ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଅବଶ୍ୟ ତା’ପୂର୍ବରୁ ସେ ଶିଶୁ କଳାକାର ଭାବେ କେତୋଟି ଟେଲି ଧାରାବାହିକରେ ଅଭିନୟ କରିଥିଲେ।

ଟେଲି ଓ ଯାତ୍ରା ଜଗତର ଜଣାଶୁଣା ଲେଖକ-ନିର୍ଦ୍ଦେଶକ ହିମାଂଶୁ ସାମଲ (ହେମି) ଓ ଜଣାଶୁଣା ଅଭିନେତ୍ରୀ ତଳୋତ୍ତମାଙ୍କ  ଝିଅ ଦେବିକାଙ୍କୁ ଏହାପରେ ‘ନେଇ ଯା’ରେ ମେଘ ମତେ’ରେ ବି ଦର୍ଶକ ଦେଖିବାକୁ ପାଇଛନ୍ତି।ସାଧାରଣତଃ ଟେଲି ନାୟିକାମାନେ ବଡ଼ ପରଦାରେ ବି କାମ କରିବାକୁ ଚାହାନ୍ତି ହେଲେ ଏଥିରେ ବ୍ୟତିକ୍ରମ ହେଉଛନ୍ତି ଦେବିକା ଅରୁନ୍ଧତୀ ସାମଲ।


ଓଲିଉଡରୁ ଦେବିକାଙ୍କୁ ଅଫର୍‌ ମିଳିଛି, ହେଲେ ଟେଲି ଦୁନିଆଁକୁ ଛାଡି ଏତେ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ସେ ଚାହାଁନ୍ତି ନାହିଁ । ଓଲିଉଡର ଏକ ନାମୀ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ ପକ୍ଷରୁ ଏକ ଫିଲ୍ମରେ ଫିମେଲ୍‌ ଲିଡ ପାଇଁ ତାଙ୍କ ପାଖକୁ ଅଫର୍‌ ଆସିଥିଲା, ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିପରି ସେ ଅନ୍ୟ ସିନେମାର ଅଫରକୁ ଛାଡିଛନ୍ତି।

ସମ୍ବନ୍ଧିତ ଖବର