ମୁମ୍ବାଇ: ଟେଲିଭିଜନ ରିୟଲିଟି ସୋ’ ଏବଂ ସିରିୟଲ୍ ଭିତରେ ଏକ ନମ୍ବର ସ୍ଥାନ ପାଇଁ କୁସ୍ତାକୁସ୍ତି ପ୍ରାୟ ଲାଗି ରହିଥାଏ। ଏହି ସପ୍ତାହର କିଛି ସୋ’ର ଟିଆର୍ପି ତାଲିକା ବେଶ୍ ଝଟ୍କା ଦେଇଛି। ଜାଣିବାକୁ ମିଳିଛି ଯେ ରୋହିତ ସେଟ୍ଟୀଙ୍କ ରିୟଲିଟି ସୋ’ ‘ଖତ୍ରୋଁ କେ ଖିଲାଡି’ ର ସିଜିନ୍ ୯ ଏକ ନମ୍ବରରେ ରହିଥିବା ବେଳେ ଦୁଇ ନମ୍ବରରେ ରହିଛି ସିରିୟଲ୍ ‘ନାଗିନ୍-୩’।
କମେଡି କିଙ୍ଗ୍ କପିଲ ଶର୍ମା ଟିଭି ପରଦାକୁ ଫେରିବା ପରେ ସମସ୍ତଙ୍କ ଦୃଷ୍ଟି ଟିଆର୍ପି ତାଲିକା ଉପରେ ଥିଲା। ମାତ୍ର ଜାଣିବାକୁ ମିଳିଛି ଯେ କପିଲ ଶର୍ମାଙ୍କ ଦର୍ଶକଙ୍କୁ ଶକ୍ତ ଧକ୍କା ଲାଗିଛି। ଟିଆର୍ପି ତାଲିକାରେ ପଛରେ ରହି ଯାଇଛି କପିଲଙ୍କ ସୋ’। ଗତ ସପ୍ତାହରେ କପିଲଙ୍କ ସୋ’ ତୃତୀୟ ନମ୍ବରରେ ଥିବା ବେଳେ ଏବେ ତାହା ଆଉ ଦୁଇ ନମ୍ବର ତଳକୁ ଖସିଯାଇ ପଞ୍ଚମ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ରହିଛି ଷ୍ଟାର୍ପ୍ଲସ୍ରେ ଦେଉଥିବା ସିରିୟଲ୍ ‘ୟେ ରିସ୍ତା କ୍ୟା କେହେଲାତା ହୈ’।