ଜଣେ ନିଜର ପାରଦର୍ଶିତା ପ୍ରଦର୍ଶନ ପାଇଁ କୌଣସି ଉଚ୍ଚମାନର ନିର୍ଦ୍ଦିଷ୍ଟ ମଞ୍ଚର ଆବଶ୍ୟକତା ନାହିଁ। ଫୁଲର ସୁଗନ୍ଧ ରହିଛି ମାନେ ଯୋଉଠି ଫୁଟିଲେ ବି ସୁବାସ ଚହଟିବ। ଏହି କଥାକୁ ବାସ୍ତବ ଜୀବନରେ ପ୍ରମାଣିତ କରି ପାରିଛନ୍ତି ଟେଲିଭିଜନ୍ ଅଭିନେତ୍ରୀ କବିତା କୌଶିକ। ସାଧାରଣତଃ ଅଗ୍ରଣୀ କଳାକାରମାନେ କେମିତି ରୁପେଲି ପରଦା, ବିଶେଷ କରି ଫିଲ୍ମ ଦୁନିଆର ମାୟାନଗରୀରେ ନିଜକୁ ଆବିଷ୍କାର ସହ ପ୍ରତିଷ୍ଠିତ କରିବାର ଏକ ଗୋପନ ଆକାଂକ୍ଷା ମନରେ ରଖିଥା’ନ୍ତି। ତେବେ କବିତା ତାହାକୁ ଗୁରୁତ୍ବ ନଦେଇ ଟିଭି ଧାରାବାହିକରେ ସେ ଏପରି ଦର୍ଶକମାନଙ୍କୁ ଆପ୍ୟାୟିତ କରିପାରିଛନ୍ତି ଯେ ତାଙ୍କୁ ପ୍ରଶଂସାରେ ସମସ୍ତେ ପୋତିଦେବା ସହ ସେ ସାତ ସାତଟା ଜାତୀୟସ୍ତରୀୟ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ମୁଖ୍ୟତଃ ସବ୍ ଟିଭିରେ ପ୍ରଚାରିତ ହାସ୍ୟ ରସାତ୍ମକ ତଥା ସାମ୍ପ୍ରତିକ ଘଟଣାବଳି ଉପରେ ଆଧାରିତ ଧାରାବାହିକ ‘ଏଫ୍.ଆଇ.ଆର୍.’ରେ ସେ ନିଭାଇଥିବା ‘ଚନ୍ଦ୍ରମୁଖୀ ଚୌତାଲା’ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇବା ସହ ତାଙ୍କ ପାଇଁ ଅଜସ୍ର ପ୍ରତିଷ୍ଠା ଆଣିଦେଇଛି।
/sambad/media/post_attachments/wp-content/uploads/2022/03/kavita-kouhsik-300x189.jpg)
ନୂଆଦିଲ୍ଲୀରେ ଏକ ବ୍ରାହ୍ମଣ ପରିବାରରେ ୧୯୮୧ ଫେବ୍ରୁଆରି ୧୫ ତାରିଖରେ ଜନ୍ମିତ କବିତା ଦର୍ଶନଶାସ୍ତ୍ରରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। କଲେଜରେ ପଢ଼ିଲା ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା କରିବା ଆରମ୍ଭ କରିଥିଲେ। ତେବେ ୨୦୦୧ରେ ନୂଆଦିଲ୍ଲୀରେ ‘କୁଟୁମ୍ବ’ ଧାରାବାହିକ ପାଇଁ ଅଡ଼ିସନ୍ରେ ଭାଗ ନେଇ ମୁମ୍ବାଇ ଯାଇଥିଲେ। ସେଠାରେ ଏକତା କପୂରଙ୍କ ‘କାହାନୀ ଘର ଘର କୀ’ରେ ଅଭିନୟର ସୁଯୋଗ ପାଇଥିଲେ। ଏହାପରେ ୨୦୦୨ରେ ‘କୋଇ ଅପନା ସା’ ଓ ‘କମାଲ’ ପରି ଧାରାବାହିକରେ ମଧ୍ୟ ଦେଖା ଦେବା ସହ ୨୦୦୩ରେ ସୋନି ଟିଭିର ‘କାହାନୀ ତେରି ମେରି’ ଓ ୨୦୦୪ରେ ଜୀ ଟିଭିର ‘ପିୟା କା ଘର’ ମାଧ୍ୟମରେ ଧୀରେ ଧୀରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହିପରି ଭାବରେ କବିତା ଏକାଧିକ ଟିଭି ଧାରାବାହିକରେ ନିଜର ଉପସ୍ଥିତି ଜାରି ରଖିବା ସହ ୨୦୦୪ରେ ହିନ୍ଦୀ ଫିଲ୍ମ ଦୁନିଆକୁ ପ୍ରଥମ ପଦାର୍ପଣ କରିଥିଲେ ‘ଏକ ହସିନା ଥା’ ଜରିଆରେ। ସେଥିରେ ସେଭଳି ସଫଳତା ନପାଇ ସେ ପୁଣି ଟିଭି ପରଦା ପାଇଁ ମନୋନିବେଶ କରିଥିଲେ।
YouTube୨୦୦୬ରେ ସବ୍ ଟିଭିର ‘ଏଫ୍.ଆଇ.ଆର୍.’ ଧାରାବାହିକରେ ପ୍ରବେଶ କରିବା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଥିରେ ସେ ଦୀର୍ଘ ୯ ବର୍ଷ କାଳ ଲାଖି ରହିବା ସହ ସେଥିରେ ତାଙ୍କର ପରିପକ୍ବ ଅଭିନୟ ପାଇଁ ୨୦୧୦ରେ ଶ୍ରେଷ୍ଠ ହାସ୍ୟାଭିନେତ୍ରୀ ଭାବରେ ଇଣ୍ଡିଆନ୍ ଟେଲି ଲମ୍ମାନ ଓ ଆଇଟା ସମ୍ମାନ, ୨୦୧୧ରେ ଜୀ ଗୋଲ୍ଡ ସମ୍ମାନ ଓ ଆଇଟା ସମ୍ମାନ, ୨୦୧୨ରେ ଇଣ୍ଡିଆନ୍ ଟେଲି ସମ୍ମାନ ଓ ଗୋଲ୍ଡ ସମ୍ମାନ ଏବଂ ୨୦୧୩ରେ ଆଇଟା ସମ୍ମାନ ମିଳିଥିଲା। ଏହି ଅବସରରେ ୨୦୦୮ରେ ହିନ୍ଦୀ ସିନେମା ‘ମୁମ୍ବାଇ କଟିଂ’, ୨୦୧୧ରେ ‘ଫିଲମ୍ ସିଟି’ ଓ ୨୦୧୩ରେ ‘ଜଞ୍ଜିର’ରେ ଅଭିନୟ କରିଥିଲେ ହେଁ ତାହା ସେଭଳି ଦର୍ଶକୀୟ ସ୍ବୀକୃତି ଆଣିପାରିନଥିଲା।
ତେଣୁ ହିନ୍ଦୀ ଫିଲ୍ମରୁ ମୁହଁ ଫେରାଇ ୨୦୧୭ରୁ ୨୦୧୯ ଯାଏ ଚାରିଟି ପଞ୍ଜାବୀ ଫିଲ୍ମରେ ନିଜର କରିଶ୍ମା ଦେଖାଇବାକୁ ପ୍ରୟାସ କରି କିଛି ମାତ୍ରାରେ ସଫଳ ହୋଇଥିଲେ। ତେବେ ଟେଲିଭିଜନ୍ ଧାରାବାହିକ ହିଁ ତାଙ୍କ ପାଇଁ ସ୍ବର୍ଗ। ଏପରିକି ଚଳିତ ବର୍ଷ ପ୍ରସାରଣ ହେଉଥିବା ‘ଗୁଡ୍ ନାଇଟ୍ ଇଣ୍ଡିଆ’ରେ ସେ ଜଣେ ଅତିଥି କଳାକାର ଭାବେ ଦେଖା ଦେଇ ମଧ୍ୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲେ। ସେହିପରି ‘ମାଡାମ୍ ସାର୍’ ଧାରାବାହିକରେ ପୁଣି କମାଲ୍ ଦେଖାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/kavita_5e5dd487eb717.jpg)