ନୂଆଦିଲ୍ଲୀ: ସୋମବ‌ାର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଟଲିଉଡର ଜଣାଶୁଣା ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଥିଲେ। ସେ ବିଶାଖାପାଟନମରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ତାଙ୍କ ସହ କାମ କରିଥିବା ଅଭିନେତା ସୁଧାକର, ସୁଧୀରଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ସୁଧୀରଙ୍କ ମୃତ୍ୟୁ ଖବର ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଥିଲେ।

Advertisment

ତେବେ ପ୍ରଥମେ ସୁଧୀର କ’ଣ ପାଇଁ ଆତ୍ମହତ୍ୟା କଲେ, ତା’ର କାରଣ ସାମ୍ନାକୁ ଆସିନଥିବା ବେଳେ ଏବେ ତାଙ୍କ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଗତ କିଛି ମାସ ହେଲାଣି ଫିଲ୍ମରେ ଭଲ ଚରିତ୍ର ପାଇବାକୁ ସଂଘର୍ଷ କରୁଥିଲେ ସୁଧୀର। ହେଲେ ମିଳୁନଥିଲା ଫିଲ୍ମ। ହିଟ୍ ଫିଲ୍ମ ଦେଇ ବି ଫିଲ୍ମ ମିଳୁନଥିବାରୁ ‌ସେ ଚାପଗ୍ରସ୍ତ ଥିଲେ।

Telugu Actor Sudheer Varma Dies By Suicide

ଉଲ୍ଲେଖଯୋଗ୍ୟ, ୨୦୧୩ରେ ସୁଧୀର ଅଭିନୟ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ ଥିଲା ‘ସ୍ୱାମୀ ରା ରା’। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୬ରେ ସେ ‘କୁଣ୍ଡନାପୁ ବୋମ୍ମା’ରେ ନଜର ଆସି ଲୋକପ୍ରିୟ ହୋଇଥିଲେ। ତେବେ ଏହି ଚଳଚ୍ଚିତ୍ର ପରେ ମଧ୍ୟ ତାଙ୍କୁ ଭଲ ଅଫର ମିଳିନଥିଲା।

ସୁଧୀରଙ୍କ ବନ୍ଧୁ ସୁଧାକର ତାଙ୍କ ଆତ୍ମହତ୍ୟା ଖବର ଦେଇ ଟ୍ବିଟ କରିଥିଲେ ଯେ ସୁଧୀର! ଏତେ ଭଲ ମଣିଷ … ତୁମକୁ ଜାଣିବା ଏବଂ ତୁମ ସହିତ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା। ତୁମେ ଆଉ ଏହି ଦୁନିଆରେ ନାହଁ ବୋଲି ଜାଣି ବିଶ୍ୱାସ କରିପାରୁ ନାହିଁ। ଓମ୍ ଶାନ୍ତି।”